ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା :ଟ୍ୱିଟ କରି ଅନୁରୋଧ କଲେ କମିଶନର

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱର-କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଘରୁ ବାହାରିବା ମନା। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି। ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ସନ୍ଧ୍ୟା ୭ଟାରୁ ସକାଳ ୭ଟା କେହି ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି। ଆଜି ଠାରୁ ଏହି କଟକଣା ଲାଗୁ ହେବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। ମେ ୧୭ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ। ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ କଟକଣା ସମୟରେ ଜରୁରୀ ସେବା ଓ ପରିବହନ ଚାଲିବ। ଜରୁରୀ ସେବାରେ ଥିବା କର୍ମଚାରୀ କଟକଣାରୁ ବାଦ୍ ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ବାଇକ୍‌ ଚାଲିବ, ଦୁଇଜଣ ବସିବେନି: ଜିଲ୍ଲାରୁ ଜିଲ୍ଲାକୁ ଯାଇପାରିବ ବାଇକ୍‌, କାର୍

Mon May 4 , 2020
ଭୁବନେଶ୍ୱର : ଲକ୍‌ଡାଉନ୍‌ ଅବଧି ୨ସପ୍ତାହ ବଢ଼ିଛି। ତେବେ ଏହି ଅବଧି ମଧ୍ୟରେ ସମସ୍ତ ବାଇକ୍‌ କିମ୍ବା ଅନ୍ୟ ଗାଡ଼ି ଚଳାଚଳକୁ ସ୍ୱୀକୃତି ଦେବା ପାଇଁ ସ୍ଥିର କରିଛି କମିସନରେଟ୍‌ ପୁଲିସ। ଏହି ଗାଡ଼ିଗୁଡ଼ିକ ଜିଲ୍ଲାରୁ ଜିଲ୍ଲାକୁ ମଧ୍ୟ ଯା’ ଆସ କରିପାରିବ। ଅନେକ ଅଭିଯୋଗ ଆସିଛି କି ପରିବାର ଗୋଟିଏ ଜିଲ୍ଲାରେ ରହିଥିବା ବେଳେ ପରିବାର ମୁଖିଆ ଅନ୍ୟ ଜିଲ୍ଲା‌‌‌‌‌ରେ ରହିଛନ୍ତି। ଏଣୁ ଏବେ ପରିବାର ଏକାଠି କରିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial