ବାଇକ୍‌ ଚାଲିବ, ଦୁଇଜଣ ବସିବେନି: ଜିଲ୍ଲାରୁ ଜିଲ୍ଲାକୁ ଯାଇପାରିବ ବାଇକ୍‌, କାର୍

ଭୁବନେଶ୍ୱର : ଲକ୍‌ଡାଉନ୍‌ ଅବଧି ୨ସପ୍ତାହ ବଢ଼ିଛି। ତେବେ ଏହି ଅବଧି ମଧ୍ୟରେ ସମସ୍ତ ବାଇକ୍‌ କିମ୍ବା ଅନ୍ୟ ଗାଡ଼ି ଚଳାଚଳକୁ ସ୍ୱୀକୃତି ଦେବା ପାଇଁ ସ୍ଥିର କରିଛି କମିସନରେଟ୍‌ ପୁଲିସ। ଏହି ଗାଡ଼ିଗୁଡ଼ିକ ଜିଲ୍ଲାରୁ ଜିଲ୍ଲାକୁ ମଧ୍ୟ ଯା’ ଆସ କରିପାରିବ। ଅନେକ ଅଭିଯୋଗ ଆସିଛି କି ପରିବାର ଗୋଟିଏ ଜିଲ୍ଲାରେ ରହିଥିବା ବେଳେ ପରିବାର ମୁଖିଆ ଅନ୍ୟ ଜିଲ୍ଲା‌‌‌‌‌ରେ ରହିଛନ୍ତି। ଏଣୁ ଏବେ ପରିବାର ଏକାଠି କରିବା ପାଇଁ ଜିଲ୍ଲାରୁ ଜିଲ୍ଲାକୁ ବାଇକ୍‌ ଓ ଚାରିଚକିଆ ଯିବା ପାଇଁ ଆମେ ସ୍ୱୀକୃତି ଦେବୁ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ତେବେ ବାଇକ୍‌ରେ ଦୁଇ ଜଣ ଓ କାର୍‌ରେ ୩ଜଣରୁ ଅଧିକ ବସିପାରିବେ ନାହିଁ। ଏଥିପାଇଁ ୧୦୦କୁ ଡାଏଲ କରି କାରଣ ଦର୍ଶାଇବେ। ଆବେଦନକାରୀ ଦେଖାଉଥିବା କାରଣକୁ ନେଇ ପୁଲସ ନିଶ୍ଚିତ ହେଲେ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ସ୍ୱୀକୃତି ମିଳିବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ତିମ ସଂସ୍କାର ପାଇଁ ଏହି ସୁଯୋଗ ମିଳୁଥିଲା। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, କଟକ ଓ ପୁରୀ ଗ୍ରିନ୍‌ ଜୋନ୍‌ ହୋଇଥିବାରୁ ସେଠାରୁ ଦୋକାନ ସବୁ ଖୋଲିବାକୁ ଯାଉଛି। ମଦ ଦୋକାନ କଟକରେ ଖୋଲିବାକୁ ଯାଉଛି। କିନ୍ତୁ ଭୁବନେଶ୍ୱର ରେଡ୍‌ ଜୋନ୍‌ ହୋଇଥିବାରୁ ଏଠାରେ ଖୋଲିବ ନାହିଁ। ଏଣୁ ଲୋକମାନେ କଟକ ଓ ପିପିଲି କିମ୍ବା ପୁରୀ ଯାଇ ମଦ କିଣି ପାରନ୍ତି। ଏଣୁ ଭୁବନେଶ୍ୱରରୁ କଟକ ଓ ଭୁବନେଶ୍ୱରୀରୁ ପୁରୀ ଉଭୟ ରାସ୍ତା‌ରେ ବାଇକ୍‌ ଓ ଚାରିଚକିଆ ଗାଡ଼ି ଯାଞ୍ଚ କରିବା ପାଇଁ ଯୋଜନା ହୋଇଛି। ସେହିଭଳି ସରକାର ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସନ୍ଧ୍ୟା ୭ଟା ଯାଏ ଖୋ‌ଲିଲେ ସମସ୍ୟା ରହିଛି। ଏଣୁ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସରକାରଙ୍କୁ ସୁପାରିସ କରାଯାଇଛି। ସେହିପରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖୋଲିଲେ ଘୋର ସମସ୍ୟା ହେବ। ଏଣୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ନେବା ବେଳେ ଏହାକୁ ନଜର ରଖିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Mon May 4 , 2020
ନୂଆଦିଲ୍ଲୀ : ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଏକ ବଡ଼ ନିଷ୍ପତି ନେଇଥିଲେ। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ। ମେ ୧ତାରିଖରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିଥିବା ବେଳେ ଏ ନେଇ ଫେରନ୍ତାଙ୍କଠାରୁ ଟିକେଟ ପଇସା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial