ଦେଶରେ ରେକର୍ଡ : ଗୋଟିଏ ଦିନରେ ୩୯୦୦ ନୂଆ ସଂକ୍ରମିତ, ୧୯୫ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମହାମାରୀ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି। ୨୪ ଘଣ୍ଟାରେ ଭାରତରେ ରେକର୍ଡ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି। ଚିନ୍ତାଜନକ ବିଷୟ ହେଉଛି ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାଫଳରେ ଭାରତର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୨୭.୪ ପ୍ରତିଶତ ରହିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢିବା ସମ୍ପର୍କରେ ସେ କହିଛନ୍ତି ଯେ କେତେକ ରାଜ୍ୟ ପୂର୍ବରୁ ଠିକ ସମୟର ତଥ୍ୟ ଦେଉନଥିଲେ। ଏବେ ସେମାନେ ତଥ୍ୟ ଦେବା ପରେ ସଂଖ୍ୟା ବଢିଯାଇଛି। ଅନ୍ୟପକ୍ଷରେ ଅଣ-କରୋନା ରୋଗୀମାନେ ଯେପରି ଡାକ୍ତରଖାନାରେ ଠିକଭାବେ ଚିକିତ୍ସିତ ହୋଇପାରିବେ ତାହାକୁ ନିଶ୍ଚିତ କରାଯାଉଛି। ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଯେପରି ବିନା ପ୍ରତିବନ୍ଧକରେ ଚାଲିବ ତାହା ରାଜ୍ୟମାନେ ନିଶ୍ଚିତ କରିବା ଆବଶ୍ୟକ।

Share Now:

Kalinga News Beuro

Leave a Reply

Next Post

ଏକା ବେଳେ ଛିଡ଼ିଲା ତିନି ଠାକୁରଙ୍କ ହୃଦୟ ପଦକ

Wed May 6 , 2020
ପୁରୀ: ଭାବର ଠାକୁର, ଭକ୍ତ ବତ୍ସଳ ମହାପ୍ରଭୁ ସବୁ ବେଳେ ଭକ୍ତଙ୍କ ଗହଳଚହଳରେ ରହିବାକୁ ଭଲପାଆନ୍ତି। ଭକ୍ତ ନାହାନ୍ତି ବୋଲି ଶ୍ରୀମନ୍ଦିରରେ କୋଳାହଳ ଶୁଭୁନାହିଁ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଉପରେ କଟକଣା ପରେ ପ୍ରତିଦିନ ବଡ଼ଦେଉଳର କିଛି ଘଟଣାକୁ ନେଇ ଚର୍ଚ୍ଚା ବଢୁଛି। ଦର୍ଶନ ବନ୍ଦ ହେବାର ପର ଦିନ ନୀଳଚକ୍ର ପତିତପାବନ ବାନାରେ ଗଣ୍ଠି ପଡ଼ିଗଲା। ଦିନକ ପରେ ମହାପ୍ରଭୁଙ୍କ ପତିତପାବନ ବାନ‌ାରେ ନିଆଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial