ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବା କେତେ ଜରୁରୀ:ସରକାର ଉତ୍ତର ରଖିବେ କି..?

ଭୁବନେଶ୍ୱର : ସମଗ୍ର ପୃଥିବୀକୁ କରୋନା କବଳିତ କରି ହା ହା କାର ସୃଷ୍ଟି କରିଛି। କେତେଯେ ଧନ ଜୀବନ ନଷ୍ଟ ହେବା ସହ ଜୀବନ ଜୀବିକା ଉପରେ ତାହାର ବିଶେଷ ପ୍ରଭାବ ପଡିଛି ହିସାବ କରିବା ଦୁରୁହ ବ୍ୟାପାର। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ଦେଶ ଭାରତ ତଥା ବିଶେଷ କରି ଓଡିଶା କରୋନା ମହାମାରୀର କବଳରେ ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ସରକାର ନେଇଥିବା ସମସ୍ତ ଆଗୁଆ ପଦକ୍ଷେପ ଯୋଗୁଁ ଅନ୍ୟମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି। କିନ୍ତୁ ସରକାରଙ୍କ କିଛି ଭଲ ପଦକ୍ଷେପ ବର୍ତ୍ତମାନ ପରିସ୍ଥିତିରେ ବୁମେରାଙ୍ଗ ହେବାକୁ ବସିଛି। ଯାହାର ଦୃଷ୍ଟାନ୍ତ ହେଉଛି ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡିଶାକୁ ଅଣାଯିବା। ସମସ୍ତଙ୍କ ମନରେ ଜନନୀ ଜନ୍ମଭୂମିକୁ ଫେରିବାକୁ ପ୍ରବଳ ଇଛା ରହିଥାଏ। କିନ୍ତୁ ଜନ୍ମଭୂମିକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଜନ୍ମଭୁମିପ୍ରୀତି ବର୍ତ୍ତମାନ ପରିସ୍ଥିତିରେ କାହାରିକୁ ଅଛପା ନାହିଁ। ସରକାର ନିଜସ୍ୱ ଖର୍ଚ୍ଚ ହେଉ ବା କେନ୍ଦ୍ର ରାଜ୍ୟ ମିଳିତ ଭାବେ ହେଉ ଯେଉଁ ଖର୍ଚ୍ଚ କରି ଅନ୍ୟ ରାଜ୍ୟ ମାନଙ୍କରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କରିବା ସହ ରାଜ୍ୟରେ ଅଧିକ ରୋଗ ବଢାଇବାରେ ଲାଗିଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସରକାର ଏ ବିଷୟରେ ପୁଙ୍ଖାନୁପୁଙ୍ଖ ବିଚାରକରି ପଦକ୍ଷେପ ନେବାର ଅଛି। ଅନେକ ସମୟରେ ଦେଖାଯାଇଛି ଯେ ସାମୁହିକ ସ୍ୱାର୍ଥ ପାଇଁ ବା ସର୍ବାଧିକ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ କିଛି ଲୋକଙ୍କ ବଳିଦାନର ଆବଶ୍ୟକତା ରହିଥାଏ। ବାହାର ରାଜ୍ୟରୁ ୫ଲକ୍ଷ ପ୍ରବାସୀଙ୍କ ପାଇଁ ୪.୫କୋଟି ଓଡିଶାର ସାଧାରଣ ଲୋକଙ୍କ କଥାକୁ ସରକାର ଧ୍ୟାନ ନଦେଇ ସେମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁନାହାନ୍ତି ତ..? କାରଣ ବର୍ତ୍ତମାନ ଜମାତି ଲିଙ୍କ ,ପଶ୍ଚିମବଙ୍ଗ ଲିଙ୍କ ପରେ ସୁରତ ଫେରନ୍ତା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ଓଡିଶାକୁ ନ ଆଣି ଯେଉଁମାନେ ଯେଉଁଠି ଅଛନ୍ତି ସେମାନଙ୍କୁ ସେଠାରେ ସବୁ ସୁବିଧା ଉପଲବ୍ଧ କରାଇବାରେ ଅସୁବିଧା କେଉଁଠି ରହିଛି ? କେନ୍ଦ୍ର ସରକାର ମଧ୍ୟ କହୁଛନ୍ତି କି ଯିଏ ଯେଉଁଠି ଅଛନ୍ତି ସେମାନଙ୍କୁ ସେଠାରେ ସମସ୍ତ ସୁବିଧା ସେହି ରାଜ୍ୟ ସରକାରଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ। ତେବେ ପ୍ରଶ୍ନ ଉଠୁଛି ଯେ କଣ ସେ ସମସ୍ତ ସୁବିଧା ଲୋକମାନଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରୁଛି ନା ନାହିଁ ? ଯଦି ପହଞ୍ଚାଯାଇ ପାରୁଛି ତେବେ ସେମାନଙ୍କୁ ଓଡିଶା ଆଣିବାର କଣ ଆବଶ୍ୟକତା ରହିଛି ?ସରକାର ଏହାର ଉତ୍ତର ରଖିବେ କି ? ଯେଉଁ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଅଣାଯାଉଛି ବା ଅଣାଯିବାର ଅଛି ସେମାନଙ୍କ ଭବିଷ୍ୟତ ପାଇଁ ସରକାର କିଛି ଚିନ୍ତା କରିଛନ୍ତି କି ? କାରଣ କରୋନା ମହାମାରୀର ପ୍ରଭାବ ଦୀର୍ଘ ଦିନ ଧରି ରହିବ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି। ତେଣୁ ସେହି ସମୟ ପର୍ଯ୍ୟନ୍ତ କଣ ସରକାର ସେମାନଙ୍କୁ ଜ୍ୱାଇଁ ପୁଅ କରି ରଖିବେ କି ? କାରଣ ସେମାନେ ଓଡ଼ିଶାର ବର୍ତ୍ତମାନର କରୋନା ଯୋଦ୍ଧା ମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବା ସହ ସାଧାରଣରେ ଚିନ୍ତାର କାରଣ ହେବାକୁ ଯାଉଛନ୍ତି। ବର୍ତ୍ତମାନ ପ୍ରବାସୀ ଓଡ଼ିଆ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ସରକାର ସେମାନଙ୍କୁ ନ ଆଣି ଯିଏ ଯେଉଁଠି ରହୁଛି ସେଠାରେ ତାହାର ସୁ-ବନ୍ଦୋବସ୍ତ କରାଇପାରିଲେ ଆହୁରି ଭଲ ହୁଅନ୍ତା।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ଦିନକରେ ସର୍ବାଧିକ ୩୪ଜଣ କରୋନା ପଜିଟିଭ୍ ଚିହ୍ନଟ:ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି

Thu May 7 , 2020
ଭୁବନେଶ୍ୱରରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୨୪ଜଣ ଗଞ୍ଜାମ, ଭୁବନେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ୩ ଜଣ ଲେଖାଏଁ ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି। ଆଜି ମୟୂରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial