ରାଜ୍ୟରେ ଦିନକରେ ସର୍ବାଧିକ ୩୪ଜଣ କରୋନା ପଜିଟିଭ୍ ଚିହ୍ନଟ:ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି

ଭୁବନେଶ୍ୱରରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୨୪ଜଣ ଗଞ୍ଜାମ, ଭୁବନେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ୩ ଜଣ ଲେଖାଏଁ ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି। ଆଜି ମୟୂରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ ତାଲିକାରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାରୁ ଆଗରୁ କେହି କ‌ରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାକୁ ସଂକ୍ରମଣ ଡେଇଁପାରେ ବୋଲି କୁହାଯାଉଥିଲା। ସେହିଭଳି ସୁରତ ଫେରନ୍ତାଙ୍କ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଥିଲା । ଗତକାଲି ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଡେଇଁପାରେ ବୋଲି କୁହାଯାଉଥିଲା। ଏହାକୁ ନଜରରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗତକାଲି ଗଞ୍ଜାମକୁ ରାଜଧାନୀର ଏକ ସ୍ୱତନ୍ତ୍ର ଟିମ୍ ତଦାରଖ ପାଇଁ ପଠାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରଶାସନିକ ତନାଘନା ରାତିରେ ଆରମ୍ଭ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ଲକ୍‌ଡାଉନ୍‌ ସମୟରେ ବିବାହ କରିବା ମହଙ୍ଗା ପଡ଼ିଲା:୪୫ଦିନ ହେବ କନ୍ୟା ଘରେ ଫସି ରହିଛନ୍ତି ବରଯାତ୍ରୀ

Thu May 7 , 2020
ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସମୟରେ ଅଧିକାଂଶ ଲୋକ ଘରେ ରହି ଲକ୍‌ଡାଉନ୍‌ ନିୟମ ପାଳନ କରୁଛନ୍ତି। ଏହି ସମୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ହଠାତ ଲକ୍‌ଡାଉନ୍‌ କାରଣରୁ ଫସି ରହିଛନ୍ତି। ଫସି ରହିଥିବା ଲୋକମାନେ ଘରକୁ କିପରି ବାହୁଡ଼ିବେ ତାହାକୁ ବ୍ୟାକୁଳ ହୋଇ ସେମାନେ ଅପେକ୍ଷା କରି ରହିଛନ୍ତି। ଏମିତି ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial