ସୁଧୁରୁନାହାନ୍ତି ରାଜଧାନୀବାସୀ:ସାମାଜିକ ଦୂରତ୍ୱକୁ ଫୁ

ଭୁବନେଶ୍ୱର: କରୋନା ରାଜଧାନୀ ପିଛା ଛାଡ଼ୁନି। ଗତ ମାସ ୧୪ ତାରିଖ ପରେ ରାଜଧାନୀରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ମାତ୍ର ୨୮ ତାରିଖରେ ମଧୁସୂଦନ ନଗରର ଜଣେ ବୃଦ୍ଧ ଚିହ୍ନଟ ହେବା ଓ ପରେ ପ୍ରାଣ ହରାଇବା ପୁଣିଥରେ ରାଜଧାନୀବାସୀଙ୍କ ଡର ବଢ଼ାଇ ଦେଇଥିଲା। ଏହାର ୯ଦିନ ପରେ ପୁଣି ରାଜଧାନୀରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୧ ଦିନ ଭିତରେ କରୋନା ପଜିଟିଭ୍ ଚିହ୍ନଟ ହେଲେ, ସଂପୃକ୍ତ ମ୍ୟୁନିସିପାଲଟିକୁ ଜିଲ୍ଲାରୁ ପୃଥକ୍‌ କରାଯାଇ ରେଡ୍ ଜୋନ୍‌ ଭାବେ ଘୋଷଣା କରାଯାଇ ପାରିବ। ଏ ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗ ଗତ ୪ତାରିଖରୁ ଭୁବନେଶ୍ୱରକୁ ରେଡ୍ ଜୋନ୍‌ ବୋଲି ଘୋଷଣା କରିଛି। ରେଡ୍‌ ଜୋନ୍‌ରେ କେତେକ କଟକଣା ରହିଛି। ମାତ୍ର ରାଜଧାନୀବାସୀ ଏହାକୁ ଖାତିର୍‌ କରୁନାହାନ୍ତି। ନିୟମିତ ବ୍ୟବଧାନରେ କରୋନା ସଂକ୍ରମିଚ ଚିହ୍ନଟ ହେଉଥିଲେ ହେଁ ଲୋକମା‌ନଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ। ସାମାଜିକ ଦୂରତ୍ୱକୁ ଦଳିମକଚି ପରିବା ଦୋକାନଠାରୁ ଗ୍ରୋସେରି ଦୋକାନରେ ଗହଳି କରୁଥିବା ଦେଖିବାକୁ ମିଳୁଛି। ମାଛ ଦୋକାନୀଙ୍କ ପାଖରେ ସବୁଠାରୁ ଅଧିକ ଗହଳି ହେଉଛି। ମାତ୍ର ସାମାଜିକ ଦୂରତ୍ୱକୁ ସମସ୍ତେ ଯେପରି ଅଣଦେଖା କରୁଛନ୍ତି ,ଯଦି ସଜାଗ ନ ହେବେ ତାହାର ପରିଣାମ ରାଜଧାନୀବାସୀ ନିଶ୍ଚୟ ଭୋଗ କରିବେ।

Share Now:

Kalinga News Beuro

Leave a Reply

Next Post

୫-ଟି ସଚିବଙ୍କ ସରପଞ୍ଚମାନଙ୍କୁ ପରାମର୍ଶ

Sat May 9 , 2020
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି। ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ନହୁଅନ୍ତୁ। ସଂଗରୋଧ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial