୫-ଟି ସଚିବଙ୍କ ସରପଞ୍ଚମାନଙ୍କୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି। ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ନହୁଅନ୍ତୁ। ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳା ରଖିବାରେ ସରପଞ୍ଚମାନଙ୍କ ବଡ଼ ଭୂମିକା ରହିଛି। କିନ୍ତୁ କରୋନା ବିରୋଧୀ ଲଢ଼େଇର ପରିଣାମ ଏହା ଉପରେ ନିର୍ଭର କରୁଛି। ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ପହଂଚିଛି। ରାଜ୍ୟର ଅନ୍ୟ ଯେକୌଣସି ଜିଲ୍ଲା ତୁଳନାରେ ଗଂଜାମ ଜିଲ୍ଲାରେ ଦ୍ରୁତ ଗତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ପ୍ରଥମ ଥର ପାଇଁ ଗତ ୩ ତାରିଖରେ ୨ ଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଥିଲେ। ଗତକାଲି ଗୋଟିଏ ଦିନରେ ୪୩ ଜଣ ସଂକ୍ରମିତ ହୋଇଥିଲେ। ସେହିପରି ୭ ତାରିଖରେ ମଧ୍ୟ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ଦୂରଦର୍ଶନ,ଆକାଶବାଣୀରେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନର ବିରୋଧ

Sat May 9 , 2020
ଇସ୍ଲାମାବାଦ: ଭାରତୀୟ ପାଣିପାଗ ବିଭାଗ, ରାଷ୍ଟ୍ରୀୟ ପ୍ରସାରଣ ସେବା ଦୂରଦର୍ଶନ ଓ ଆକାଶବାଣୀରେ ପାକ-ଅଧିକୃତ କଶ୍ମୀର, ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନ ତୀବ୍ର ବିରୋଧ କରିଛି। ଏହା ବେଆଇନ ଓ ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ବୈଦେଶିିକ ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଭାରତ ପକ୍ଷରୁ ଗତ ବର୍ଷ ଜାରି ରାଜନୈତିକ ମାନଚିତ୍ର ଯେପରି ବେଆଇନ ଏହାର ପାଣିପାଗ ରିପୋର୍ଟ ମଧ୍ୟ ବେଆଇନ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial