‘ଲକ୍‌ଡାଉନ୍‌ ଯୋଗୁ ନିୟନ୍ତ୍ରଣରେ କରୋନା’

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ଦ୍ରୁତ ଗତିରେ ବଢ଼ି ଚାଲିଛି। ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଲକ୍‌ଡାଉନ୍‌ ଏହାକୁ ଅନେକ ମାତ୍ରାକୁ ନିୟନ୍ତ୍ରଣ କରିହୋଇଛି। ମେ’ ୧୭ ତାରିଖ ପର୍ଯ୍ୟନ୍ତ ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ତେବେ ଅକ୍ଟୋବର ବେଳକୁ ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ଯଦି ଲକ୍‌ଡାଉନ୍‌ ନଥାନ୍ତା ତେବେ ଅକ୍ଟୋବର ବେଳକୁ ଦେଶରେ ୧୭ କୋଟି ଲୋକ କରୋନା ସଂକ୍ରମିତ ହୋଇଥାନ୍ତେ। ମୁମ୍ବାଇର ଇଣ୍ଟରନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ପପୁଲେସନ୍‌ ସାଇନ୍‌ସେସ୍‌ ପକ୍ଷରୁ ହୋଇଥିବା ଅଧ୍ୟୟନରେ ଏହା କୁହାଯାଇଛି ଯେ, ଲକ୍‌ଡାଉନ୍‌ ପାଇଁ ଦେଶରେ ସଂକ୍ରମଣ ମାତ୍ରା ବହୁତ କମିଛି। ଆକଳନରୁ ଏହା ଜଣାପଡ଼ିଛି ଯେ, ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ଏବଂ ମେ’ ୨୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବ‌‌ଢ଼େ ତେବେ ଏହି ସମୟ ମଧ୍ୟରେ ସଂକ୍ରମଣ ବୃଦ୍ଧି ହାର ୧ (୦.୯୭୫)ରୁ କମ୍‌ ରହିବ। କିନ୍ତୁ ଯଦି ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ବଢ଼େ ତେବେ ସଂକ୍ରମଣ ବୃଦ୍ଧି ହାର ୦.୯୪୫ ରହିବ। ଯଦି ସଂକ୍ରମଣ ବୃଦ୍ଧିହାର ଏମିତି କମିଚାଲେ ତେବେ ଜୁଲାଇ ବେଳକୁ ଭାରତର ମୋଟ୍‌ ଜନସଂଖ୍ୟାର ୦.୧୪ ନିୟୁତ ତଥା ୦.୦୧ ପ୍ରତିଶତରୁ କମ୍‌ ଲୋକ କରୋନା ସଂକ୍ରମିତ ହେବେ। ଆକଳନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି, ୨ଟି ଲକ୍‌ଡାଉନ୍‌ ଦେଶରେ ସଂକ୍ରମଣ କମାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜାନୁଆରି ଶେଷ ସୁଦ୍ଧା ଭାରତରେ ସଂକ୍ରମଣ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ ୨୦୨୦ ବେଳକୁ ଏହା ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକୁ ବ୍ୟାପିଯାଇଛି।

Share Now:

Kalinga News Beuro

Leave a Reply

Next Post

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ସିଲ୍ କରିଲା ବିଏମସି

Tue May 12 , 2020
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଛି। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, କୌଣସି ଲୋକ ଓ ଦୋକାନୀ ଉଭୟ କେହି ସାମାଜିକ ଦୂରତ୍ୱ ଉଲଂଘନ କରୁଥିବା ଦେଖାଯାଇଥିଲା।ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମକୁ ଯଦି ଏପରି ଭାବରେ ପାଳନ ନ କରାଯିବ ତେବେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ତେଣୁ ଏପରି ପଦକ୍ଷେପ ନେବା ଜରୁରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial