ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଟିମ୍ କାମ କରୁଛି, ଲୋକେ ନିର୍ଭୟ ରୁହନ୍ତୁ: ଗଂଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଏଯାବତ୍ ୧୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ପାଇଁ ରାଜ୍ୟବାସୀଙ୍କର ଚିନ୍ତା ମଧ୍ୟ ବଢ଼ିଛି। କିନ୍ତୁ ଗଞ୍ଜାମ ଜିଳ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କୁ ଭୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ଯଦିଓ କରୋନା ପଜିଟିଭ ସଂଖ୍ୟା ବଢ଼ିଛି, ତଥାପି ଏଠାରେ ଗୋଷ୍ଠୀ ସଂକ୍ରମଣର କୌଣସି ଚିହ୍ନ ନାହିଁ। ଲୋକମାନେ ତେଣୁ ଡରନ୍ତୁ ନାହିଁ। ଜିଲ୍ଲାପାଳ କହିଛନ୍ତି, ଗଂଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ନ କରାଇ ଦେବା ଲାଗି ଓ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନର ଟିମ୍ କାମ କରୁଛି। ତେଣୁ ଜିଲ୍ଲାରେ ଆଦୌ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ନାହିଁ। ଲୋକେ ଡରନ୍ତୁ ନାହିଁ। ଏଥିଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ଗଂଜାମ ଜିଲ୍ଲାକୁ ଏପର୍ଯ୍ୟନ୍ତ ପ୍ରାୟ ୩୫ ହଜାର ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଆଗାମୀ ଦିନରେ ଆହୁରି ପ୍ରବାସୀ ଆସିବେ। ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ୧୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା। ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୧୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ରାତି ୧୨ଟା ସୁଦ୍ଧା ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି। ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି।

Share Now:

Kalinga News Beuro

Leave a Reply

Next Post

ଲକ୍‌ଡାଉନ୍ କୋହଳର ପ୍ରଭାବ: ସାମାଜିକ ଦୂରତ୍ୱକୁ ଫୁ...

Tue May 12 , 2020
ପ୍ରଶାସନ ବିଶେଷ ଦୃଷ୍ଟିଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କିଛିଟା କୋହଳ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ, କେବଳ ପାର୍ସଲ ପାଇଁ କିଛି ଜଳଖିଆ, ମିଠା ଦୋକାନ ଓ ରେ‌‌ସ୍ତୋରାଁ, ମୋବାଇଲ ଦୋକାନ, ଗାଡ଼ି ମରାମତି ଦୋକାନ ଆଦି ଖୋଲା ରହିଛି। ଗାଡ଼ି ଚାଲିବା ପାଇଁ ଆଉ ପାସ୍‌ର ମଧ୍ୟ ଆବଶ୍ୟକତା ନାହିଁ। କିନ୍ତୁ ଏହାର ଫାଇଦା ନେଇ ଲୋକେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial