ଲଘୁଚାପ ଆଜି ସଂଧ୍ୟାରେ ଅବପାତର ରୂପ ନେବ: ସ୍ୱତନ୍ତ୍ର ରିଲିଫ କମିସନ୍‌ର

ଭୁବନେଶ୍ୱର: ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନ୍‌ର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତର ରୂପ ନେବ ବୋଲି ସୂଚନା ଦେବା ସହିତ ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। କେଉଁଠ ଲ୍ୟାଣ୍ଡ ଫଲ୍‌ କରିବ ତାହା ଜଣାପଡ଼ିନାହିଁ। ଏତଦ ଦ୍ୱାରା ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ବାତ୍ୟା ୧୭ ତାରିଖ ସନ୍ଧ୍ୟାପରେ ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗକୁ ବାତ୍ୟା ଗତି କରିବ। ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିସନ୍‌ (ଏସ୍‌ଆରସି) ସୂଚନା ଦେଇ କହିଛନ୍ତି। ଏଣେ ଓଡ଼ିଶା ମୁହାଁ ନ ହୋଇ ଏହି ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଆଡକୁ ଗତି କରିବ। ଯଦି ଏହି ଆକଳନ ଠିକ ହୁଏ ତେବେ ଓଡ଼ିଶାରେ ବର୍ଷା ହେବ ଏବଂ ପବନ ବି ବହିବ କିନ୍ତୁ ବାତ୍ୟାର ସିଧା ଆଶଙ୍କା ରହିବ ନାହିଁ। କିନ୍ତୁ ଯଦି ୧୭ ତାରିଖ ବେଳକୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି ନ କରି ଉତ୍ତର-ଉତ୍ତର-ପଶ୍ଚିମ ଆଡକୁ ଗତି କରେ ତେବେ ବାତ୍ୟା ଓଡ଼ଶା ମୁହାଁ ମଧ୍ୟ ହୋଇପାରେ।

ଆଇଏମଡି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ସାମୂଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ପରେ ଏହାର ଗତିପଥକୁ ନେଇ ଅଧିକ ଆକଳନ କରାଯାଇପାରିବ। କିନ୍ତୁ ଏହାର ପ୍ରଭାବକୁ ପାଣିପାଗ ବିଭାଗ ଆକଳନ କରିପାରୁଛନ୍ତି। ୧୮ତାରିଖରୁ ଉପକୂଳ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୧୯ ତାରିଖରେ ବର୍ଷାର ପରିମାଣ ବଢିପାରେ। ଦକ୍ଷିଣ ଉପକୂଳ ଜିଲ୍ଲାମାନଙ୍କରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗକୁ ମଧ୍ୟ ପବନର ଗତି ଛୁଇଁ ପାରେ। ଏଥିପାଇଁ ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଉଛି। ୧୨ଟି ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ପାଇଁ ଆଲର୍ଟ କରାଯାଇଛି। ଦରକାର ପଡ଼ିଲେ ଟିଏମ୍‌ସିରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସମୁଦ୍ର କୂଳରୁ ୩ କିମି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ।

Share Now:

Kalinga News Beuro

Leave a Reply

Next Post

ସାଇବର ଅପରାଧୀଙ୍କ ନୂଆ କାରନାମା: ଟାର୍ଗେଟ୍‌ରେ ପୁଲିସ ଅଫିସର, ସାମ୍ବାଦିକ, ସରକାରୀ ଚାକିରିଆ

Fri May 15 , 2020
ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାର ବଢ଼ିଛି। ଲୋକମାନଙ୍କର ପସନ୍ଦ ହେଉଛି ଫେସ୍‌ବୁକ୍‌। ଏହି ଫେସ୍‌ବୁକ୍‌କୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଆକାଉଣ୍ଟ ହ୍ୟାକ କରି ଲୁଟି ନେଉଛି ଟଙ୍କା। କିଛି କରିପାରୁନି ସାଇବର ଥାନା, ଲୁଟେରାଙ୍କ ଗନ୍ଧ ବି ପାଉନି କ୍ରାଇମ୍‌ବ୍ରାଞ୍ଚ। ସେଥିପାଇଁ ପ୍ରୋତ୍ସାହିତ ହେଉଛନ୍ତି ଠକ। ସମସ୍ତ ଡାଟା ଚୋରି କରି ଅପବ୍ୟବହାର କରୁଛି। ତାଲାବନ୍ଦ ଯୋଗୁଁ ଟଙ୍କା ଆବଶ୍ୟକତା ଥିବା ଦର୍ଶାଇ ବନ୍ଧୁମାନଙ୍କ ଠାରୁ ଲକ୍ଷ ଲକ୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial