ରାଜ୍ୟରେ ୯୧ ଜଣ ନୂଆ କରୋନା ସଂକ୍ରମିତ: ୪ ମୃତ , ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା। ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି।
ଅନ୍ୟ ପଟେ ଆଜି ରାଜ୍ୟରେ ରବିବାର ୯୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏମାନଙ୍କ ଭିତରୁ ୮୭ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ରହିଛି। ଆଜି ପ୍ରଥମ ଥର ଲାଗି ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ଭଦ୍ରକ ଜିଲ୍ଲାରୁ୨୮, ବାଲେଶ୍ୱର ଜିଲ୍ଲାରୁ ୧୭, ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲାରୁ ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ୩, ବଲାଙ୍ଗୀର ଜିଲ୍ଲାରୁ ୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧ ଓ ସୁନ୍ଦରଗଡ ଜିଲ୍ଲାରୁ୧ ଜଣ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ମଧ୍ୟମରୁ ପ୍ରବଳ ବର୍ଷା ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ:ବଜ୍ରପାତ ପାଇଁ କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Sun May 17 , 2020
ଭୁବନେଶ୍ୱର: ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଅମ୍ଫାନ୍‌ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବା ନେଇ ଅନୁମାନ କରାଯାଉଛି। ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି। ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial