ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗ ଆଣି ଭାରତକୁ ସମନ ପଠାଇଲା ପାକିସ୍ତାନ

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାଠାରେ ଭାରତୀୟ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଭାରତୀୟ ଉଚ୍ଚ ଆୟୋଗର ଜଣେ ବରିଷ୍ଠ କୁଟନୀତିଜ୍ଞଙ୍କୁ ସୋମବାର ସମନ ପଠାଇଛି ଶତ୍ରୁ ଦେଶ ପାକିସ୍ତାନ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ଅଣାଯାଇ କୁହାଯାଇଛି ଯେ ରବିବାର ଖୁଇରତା ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅକାରଣ ଗୁଳି ମାଡ଼ରେ ଜଣେ ୩୭ ବର୍ଷିୟ ନାଗରିକ ଆହତ ହୋଇଛନ୍ତି। ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଆହୁରି ବି ଅଭିଯୋଗ ହୋଇଛି ଯେ ସୀମାନ୍ତରେ ଥିବା ଭାରତୀୟ ସଶସ୍ତ୍ର ବଳ ଓ ୱାର୍କିଂ ବାଉଣ୍ଡରି(ଡବ୍‌ଲୁବି) ବାରମ୍ବାର ଦେଶର ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରି ଅସ୍ତ୍ର ବିରତି ଉଲ୍ଲଂଘନ କରିବା ସହ ଗୁଳି ଚାଳନା କରି ସାରିଛନ୍ତି। ୨୦୨୦ ମସିହାରେ ଭାରତ ପକ୍ଷରୁ ୧,୦୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇ ସାରିଲାଣି ବୋଲି ବୈଦେଶିକ କର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଆହୁରି ବି ଅଭିଯୋଗ ଆଣିଛି ଯେ ଭାରତ ଏପରି ଅସ୍ତ୍ର ବିରତି ଉଲ୍ଲଂଘନ ବାରମ୍ବାର କରି ଚାଲିଛି

Share Now:

Kalinga News Beuro

Leave a Reply

Next Post

ଅମ୍ପାନ ମହାବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୋଦୀ

Mon May 18 , 2020
ନୂଆଦିଲ୍ଲୀ :ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇଥିବା ମହାବାତ୍ୟା ଅମ୍ପାନର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା, କ୍ୟାବିନେଟ ସଚିବ ରାଜୀବ ଗଉବା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ. ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ଅବସରରେ ମୋଦୀ କହିଛନ୍ତି ଯେ ସେ ସମସ୍ତଙ୍କ ନିରାପତ୍ତା କାମନା କରୁଛନ୍ତି ଓ ଏହାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial