ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ, ୬ରେ ପହଞ୍ଚିଲା ରାଜ୍ୟରେ ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେ ଖୋର୍ଦ୍ଧା ଜିଲ୍ଲାର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକର ୭୫ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ। ତାଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବା ସହିତ ନିଶ୍ଵାସ ପ୍ରଶ୍ଵାସରେ ସମସ୍ୟା ରହିଥିଲା। ଗତ ୧୭ତାରିଖରେ ଭୁବନେଶ୍ୱର ଏମ୍‌ସରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ କିଛି ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିବା ବେ‌ଳେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି। ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଥିବା ବେଳେ ୩୦୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ଆଜି ଲ୍ୟାଣ୍ଡ୍‌ଫଲ୍ କରିବା ପରେ ମଧ୍ୟ ଆସନ୍ତାକାଲି ସକାଳ ଯାଏଁ ‘ଅମ୍ଫାନ୍’ର ପ୍ରକୋପ ରହିବ: ଆଇଏମ୍‌ଡି

Wed May 20 , 2020
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳରେ ବାତ୍ୟା ଅମ୍ଫାନ୍ ସ୍ଥଳଭାଗରେ ପ୍ରବେଶ କରି କ୍ରମଶଃ ଦୁର୍ବଳ ହେବା ପୂର୍ବରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ବାତ୍ୟା ସମ୍ବନ୍ଧୀୟ ନ୍ୟାସ୍‌ନାଲ୍ ବୁଲେଟିନ୍‌ରେ ଆଜି ଭାରତୀୟ ପାଣିପାଗ ବିଭାଗ ଏଭଳ ସୂଚନା ଦେଇଛି। ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି, ମେ ୨୧ ତାରିଖ ସକାଳ ଯାଏଁ ବାତ୍ୟାର ତୀବ୍ରତା ବଜାୟ ରହିବ। ଏହା ପରେ ବାତ୍ୟା ଅମ୍ଫାନ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial