ଆଜି ପୁଣି ନୂଆ ୭୪ ଜଣ କରୋନା ଆକ୍ରାନ୍ତ:ତଥ୍ୟ ଦେଲେ ରାଜ୍ୟ ସରକାର, ୪୪ଜଣ ଗୁଜୁରାଟ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା। ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୨ ଓ ବାଲେଶ୍ୱରରୁ ଜଣେ ଗୁଜୁରାଟ ଫେରନ୍ତା ଥିବା ଜଣାଯାଇଛି। ଏହାଛଡ଼ା ଯାଜପୁର ଜିଲ୍ଲାର ୨, ପୁରୀର ୮, ଖୋର୍ଦ୍ଧା ଜିଲ୍ଲାର ୫, ଓ କଟକ ଜିଲ୍ଲାର ୬ ଜଣ ଗୁଜୁରାଟ ଫେରନ୍ତା ଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି। ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଥିବା ବେଳେ ୩୦୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ସାବିତ୍ରୀ ଅମାବାସ୍ୟା ପାଇଁ ସାମାଜିକ ଦୁରତାକୁ ଫୁ କରି ଜିନିଷ କିଣିବାରେ ବ୍ୟସ୍ତ ଲୋକେ

Thu May 21 , 2020
ଘୁ.ଉଦୟଗିରି:ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଘୁ.ଉଦୟଗିରି ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ କରିବା ପାଇଁ ସହରରେ କରୋନା କଟକଣାକୁ ସାଧାରଣ ଲୋକ ଫୁ କରି ଉଡ଼େଇ ଦେଇଛନ୍ତି। ସାମାଜିକ ଦୂରତା କୁ ଭୁଲି ମେଳାକୁ ବୁଲି ଆସିଲା ଭଳି ସଉଦା କିଣିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅସମ୍ଭାଳ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ରହୁ ନଥିବା ଖବର ସ୍ଥାନୀୟ ଆଇଆଇସି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial