ସାବିତ୍ରୀ ଅମାବାସ୍ୟା ପାଇଁ ସାମାଜିକ ଦୁରତାକୁ ଫୁ କରି ଜିନିଷ କିଣିବାରେ ବ୍ୟସ୍ତ ଲୋକେ

ଘୁ.ଉଦୟଗିରି:ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଘୁ.ଉଦୟଗିରି ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ କରିବା ପାଇଁ ସହରରେ କରୋନା କଟକଣାକୁ ସାଧାରଣ ଲୋକ ଫୁ କରି ଉଡ଼େଇ ଦେଇଛନ୍ତି। ସାମାଜିକ ଦୂରତା କୁ ଭୁଲି ମେଳାକୁ ବୁଲି ଆସିଲା ଭଳି ସଉଦା କିଣିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅସମ୍ଭାଳ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ରହୁ ନଥିବା ଖବର ସ୍ଥାନୀୟ ଆଇଆଇସି ଧିରାଜ ଲେଙ୍କାଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ସେ ସହରରେ ପହଞ୍ଚି ଦୋକାନୀମାନଙ୍କୁ ଏବଂ ସ୍ଥାନୀୟ ଲୋକଙ୍କୁ ତାଗିଦ କରିବା ସହ କିଛି ଦୋକାନୀଙ୍କ ଦୋକାନରୁ ଜିନିଷ ପତ୍ର ଉଠେଇ ନେଇ ଯାଇଥିଲେ। ଆଉ କିଛି ସମୟ ପରେ ମହିଳା ଏସଆଇ କୌଶଲ୍ୟା ବେହେରା ସହରରେ ପହଞ୍ଚି ଦୋକାନ ଦୋକାନ ବୁଲି ଲୋକମାନଙ୍କୁ ବୁଝାସୁଝା କରି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ସାମାଜିକ ଦୂରତା ରଖୁ ନଥିବାରୁ ପ୍ରାୟ ପାଞ୍ଚ ଗୋଟି ଦୋକାନରୁ ଫଳ, ପରିବା ଚୁଡି ଉଠେଇ ଗାଡ଼ିରେ ଭରି ଥାନାକୁ ନେଇଯାଇଥିଲା ପୁଲିସ। ଏହାପରେ ଲୋକଙ୍କ ଭିଡ଼କୁ ଦେଖି ଦୋକାନ ସମ୍ମୁଖରେ ପୁଲିସ ମୁତୟନ କରାଯାଇଥିଲା।

Share Now:

Kalinga News Beuro

Next Post

ମାନଚିତ୍ର ବିବାଦ : ନେପାଳକୁ ଦୃଢ ଜବାବ ଦେଲା ଭାରତ

Thu May 21 , 2020
ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ। ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ ବିରତ ହେବା ଆବଶ୍ୟକ। ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମାବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial