ଓଡ଼ିଶାରେ ମଦର ହୋମ୍ ଡେଲିଭରିକୁ ଅନୁମତି ଦେଲେ ରାଜ୍ୟ ସରକାର:ଲଗାଇଲେ ୫୦% କୋଭିଡ୍ ଫି

କଟକ: ଓଡ଼ିଶାରେ ଲକଡାଉନ ସମୟରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯାଇଛି। ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ। ଭାରତ ତିଆରି ବିଦେଶୀ ମଦ ଓ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଞ୍ଚାଯିବ। ମାତ୍ର କଣ୍ଟେନମେଣ୍ଟ୍ ଜୋନ୍ ଓ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛି। କେବଳ ସେତିକି ନୁହେଁ, ଲାଇସେନ୍ସପ୍ରାପ୍ତ ଦୋକାନୀ ସେମାନଙ୍କ କାଉଣ୍ଟର କିମ୍ବା ଦୋକାନ ପରିସରରେ କୌଣସି ପ୍ରକାରର ମଦ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି। ତେବେ ଏଥିଲାଗି ଗ୍ରାହକଙ୍କୁ ଅନଲାଇନରେ ଅର୍ଡର କରିବାକୁ ପଡ଼ିବ ଏବଂ ଏଥିଲାଗି ଡିଜିଟାଲ୍ ପେମେଣ୍ଟ କରିବାକୁ ହେବ। ଏଥିସହ ରାଜ୍ୟ ସରକାର ମଦ ଉପରେ ୫୦% କୋଭିଡ୍ ଫି ଲଗାଇଛନ୍ତି। ମଦ ଓ ବିୟରର ଏମଆରପି ଉପରେ ଏହି ଫି ଲାଗି ବିକ୍ରି ହେବ। ଏଥିରୁ ମିଳିବାକୁ ଥିବା ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଖର୍ଚ୍ଚ ହେବ। ମଦ ହୋମ ଡେଲିଭରି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିବାବେଳେ ଏବେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟରେ ଥିବା ମୋଟ ୨ ହଜାର ୮୨ଟି ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନରେ କାରବାର ଆରମ୍ଭ ହେବ।

Share Now:

Kalinga News Beuro

Next Post

ବଦଳିଗଲା ଟ୍ରେନର ରୁଟ: ଗୋରଖପୁର ଯାଉଥିବା ଟ୍ରେନ ରାଉରକେଲାରେ ଅଟକିବା ଦେଖି ଚମକି ପଡିଲେ ପ୍ରବାସୀ ଶ୍ରମିକ

Sat May 23 , 2020
ନୂଆଦିଲ୍ଲୀ: ମେ ୨୧ରେ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଶନିବାର ଦିନ ନିଜର ଧାର୍ଯ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନଥିବା ଜଣା ପଡିଛି। ଯାତ୍ରୀମାନେ ଟ୍ୱିଟରରେ ଏହାର ଭିଡିଓ ସେୟାର କରିବା ପରେ ଟ୍ରେନରେ ବସିଥିବା ଲୋକଙ୍କ ଅସୁବିଧା ସାମ୍ନାକୁ ଆସିଛି। ଟ୍ରେନକୁ ଗୋରଖପୁରରେ ପହଞ୍ଚିବାକୁ ଥିବା ବେଳେ ଭୁଲବଶତଃ ଟ୍ରେନ ରାଉରକେଲାରେ ପହଞ୍ଚିବା ପରେ ଭାରତୀୟ ରେଳବାଇ ସମାଲୋଚନାର ଶିକାର ହୋଇଛି। ଦିଲ୍ଲୀର ରେଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial