କରୋନା ଭାଇରସ୍‌ ସଂକ୍ରମିତ ହେଲେ ବଲିଉଡ୍‌ ଅଭିନେତା କିରନ କୁମାର

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭି‌ନେତା କିରନ କୁମାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ନିଜକୁ ୧୦ ଦିନ ଧରି ସେଲ୍‌ଫ କ୍ଵାରେଣ୍ଟାଇନରେ ରଖିଥିଲେ। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅଭିନେତା ଜଣକ ନିଜେ କରୋନା ଭାଇରସ୍‌ ଆକ୍ରାନ୍ତ ବୋଲି ଖୁଲାସା କରିଛନ୍ତି। ସେ ତାଙ୍କର ଭିନ୍ନ ଏକ ଅସୁସ୍ଥତା କାରଣରୁ ହସ୍ପିଟାଲ୍‌ ଯାଇଥିଲେ ଓ ସେଠାରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଥିଲା କହିଛନ୍ତି। ତାଙ୍କ ଭିତରେ ପ୍ରଥମେ କେ‌ତେକ କରୋନା ଲକ୍ଷଣ କିଛି ଦେଖା ଯାଇନଥିଲା। ମାତ୍ର ହସ୍ପିଟାଲ୍‌ ଯାଇଥିବା ହେତୁ ସେ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇ‌ଥିଲେ ଓ ରିପୋର୍ଟରୁ କରୋନା ପଜିଟିଭ୍‌ ଥିବା ଜାଣିବାକୁ ମିଳିଥିଲା। ରିପୋର୍ଟରୁ ଆହୁରି ଜାଣିବାକୁ ମିଳିଛି ଯେ କିରନଙ୍କର ମେ ୨୫ ତାରିଖରେ ପୁଣି ଥରେ ପରୀକ୍ଷା କରାଯିବ। ସେ ଆହୁରି କହିଛନ୍ତି ଯେ ତାଙ୍କୁ ପୂରାପୂରି ସୁସ୍ଥ ଲାଗୁଛି ଓ କରୋନା ପଜିଟିଭ୍‌ ବାହାରିବାର ୧୦ ଦିନ ପରେ ବି ସେ କୌଣସି ପ୍ରକାରର ଅସୁସ୍ଥତା ଅନୁଭବ କରୁନାହାନ୍ତି।

Share Now:

Kalinga News Beuro

Next Post

ଆଜିଠୁ ଖୋଲିବ ଫରେଷ୍ଟ ପାର୍କ: ସକାଳେ ୬ଟାରୁ ୧୦ଟା, ଅପରାହ୍‌ଣରେ ୪ଟାରୁ ୬ଟା

Sun May 24 , 2020
ଭୁବନେଶ୍ୱର: ଦୂରତା ରଖିବା ଏବଂ ଅଧିକ ଲୋକ ଯେପରି ଗୋଟିଏ ସ୍ଥାନରେ ରୁଣ୍ଡ ନହେବେ, ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପାର୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଡିଏ କର୍ତ୍ତୃପକ୍ଷ ପରୀକ୍ଷାମୂଳକ ଭାବେ ରବିବାରଠାରୁ ୟୁନିଟ୍‌-୬ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ତଥା ଫରେଷ୍ଟ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଡିଏର ପାର୍କ ଦାଇତ୍ୱରେ ଥିବା ଏ.ଏନ୍‌ ଧରଙ୍କ ସୂଚନା ଅନୁଯାୟୀ, ଏବେ କେବଳ ଫରେଷ୍ଟ ପାର୍କକୁ ପରୀକ୍ଷାମୂଳକ ଭାବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial