ଲଦାଖ ସୀମାରେ ୫ ହଜାର ଚୀନ ସେନା: ଜବାବରେ ନିଜର ସୈନ୍ୟ ସଂଖ୍ୟା ବଢାଇଲା ଭାରତ

ନୂଆଦିଲ୍ଲୀ : ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି। ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି। ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଛି। ସୀମା ସେପଟେ ଚୀନ ସେନା ପକ୍ଷରୁ ଏକ ବଡ଼ଧରଣର ସମରାଭ୍ୟାସ ଚାଲିଥିବାରୁ ଭାରତୀୟ ସେନା ସତର୍କ ହୋଇଯାଇଛି। ଚୀନର ମୁକାବିଲା କରିବାକୁ ଭାରତୀୟ ସେନାର ୮୧ ଓ ୧୧୪ ବ୍ରିଗେଡକୁ ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗଲଓ୍ଵାନ ନାଲା ଅଞ୍ଚଳରେ ଚୀନ ସେନା ପକ୍ଷରୁ ସଡ଼କ ନିର୍ମାଣ ଚାଲିଥିବାରୁ ଭାରତୀୟ ସେନା ତାହାର ବିରୋଧ କରିଛି। ଏହା ସତ୍ତ୍ୱେ ଚୀନ ନିଜର ନିର୍ମାଣ କାମ ଜାରି ରଖିଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଭାରତ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଉଥିବାରୁ ଚୀନ ତାହାର ବିରୋଧ କରିଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ସେକ୍ଟରରେ ମଧ୍ୟ ଚୀନ ସେନାର ଅନୁପ୍ରବେଶ ବଢିଚାଲିଥିବାରୁ ଭାରତୀୟ ସେନା ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଚୀନ ସୀମାରେ ଭାରତୀୟ ସେନା ଦୀର୍ଘ ଦିନ ଧରି ରହିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚୀନ ସେନା ପଛକୁ ହଟୁ ନଥିବାରୁ ଭାରତୀୟ ସେନା ଏହି ନିଷ୍ପତ୍ତି ନେଇଛି।

Share Now:

Kalinga News Beuro

Next Post

୨୭ରେ କାର୍ଯ୍ୟକ୍ଷମ ହେବ ଭାରତୀୟ ବାୟୁସେନାର ୧୮-ନମ୍ବର ସ୍କ୍ଵାର୍ଡନ

Mon May 25 , 2020
ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ଭାରତୀୟ ବାୟୁସେନା ନିଜର ୧୮ ନମ୍ବର ସ୍କ୍ଵାର୍ଡନକୁ କୋଏମ୍ବାଟୁରସ୍ଥିତ ସୁଲୁର ଏୟାରଫୋର୍ସ ଷ୍ଟେସନଠାରେ କାର୍ଯ୍ୟକ୍ଷମ କରିବ। ବାୟୁସେନା ମୁଖ୍ୟ ଏୟାର ଚିଫମାର୍ସାଲ ଆରକେଏସ ଭାଦୁରିଆ ଏହାର ଉଦଘାଟନ କରିବେ। ୧୯୬୫ରେ ସ୍ଥାପିତ ଭାରତୀୟ ବାୟୁସେନାର ୧୮ ନମ୍ବର ସ୍କ୍ଵାର୍ଡନର ନାଁ ରଖାଯାଇଛି ଫ୍ଲାଇଙ୍ଗ ବୁଲେଟ୍ସ। ଏହି ସ୍କ୍ଵାର୍ଡନରେ ଏଲସିଏ (ଲାଇଟ କମ୍ବାଟ ଏୟାରକ୍ରାଫ୍ଟ) ରହିିବ। ଏହି ସ୍କ୍ଵାର୍ଡନ ପୂର୍ବରୁ ମିଗ୍‌ ୨୭ ଲଢୁଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial