ବାଲିଆପଠା ବସ୍ତିରେ କରୋନା ଆକ୍ରାନ୍ତ : ୩୦ରୁ ଅଧିକ ଦୋକାନ ବନ୍ଦ କରାଇଲା ବିଏମ୍‌ସି

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଜଣେ ଜିଜିପି କଲୋନି ନିକଟସ୍ଥ ବାଲିଆପଠା ବସ୍ତିର ବାସିନ୍ଦା। ମିଳିଥିବା ସୂଚନା ଅନୁଯା‌ୟୀ, ବାଲିଆପଠା ବସ୍ତିର ଏହି ଆକ୍ରାନ୍ତ ଜଣଙ୍କ ତିନି ଦିନ ତଳେ ଗଞ୍ଜାମ ଜିଲ୍ଲାରୁ ଫେରିଥିଲେ। ସେ ଜଣେ ଶ୍ରମିକ ହୋଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ କାମଧନ୍ଦା ନ ମିଳିବାରୁ ନିଜ ଗାଁକୁ ପଳାଇଥିଲେ। ତିନି ଦିନ ତଳେ ସେ ଭୁବନେଶ୍ୱର ଫେରିଥି‌ଲେ। ତାଙ୍କର ଥଣ୍ଡା ହେବା ସହ ନାକରୁ ପାଣି ବାହାରିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କୁ ଶନିବାର ରାତିରେ ଆମ୍ବୁଲାନ୍ସରେ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହା ପ‌ରଠାରୁ ବସ୍ତି‌ବାସିନ୍ଦା ଛାନିଆ ହୋଇଯାଇଛନ୍ତି। ଆଜି ସକାଳୁ ଉକ୍ତ ବ୍ୟକ୍ତିଙ୍କ ପରିବାରଲୋକ ଓ ତାଙ୍କ ପଡ଼ୋଶୀଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇଛି। ଏହାପରେ ବିଏମ୍‌ସି ପକ୍ଷରୁ ଜିଜିପି କଲୋନି ଓ ପାଣ୍ଡରା ଛକ ମଧ୍ୟରେ ଥିବା ନାଳ ବ୍ରିଜ୍‌ରୁ ଜଗନ୍ନାଥ ନଗରର ରୋଡ୍‌-୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନକୁ ବନ୍ଦ କରାଯାଇଛି। ଏହି ବସ୍ତିକୁ ଲାଗିଥିବା ଦୋକାନ ଏବଂ ବସ୍ତିବାସିନ୍ଦା କରିଥିବା ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି। ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି।

Share Now:

Kalinga News Beuro

Next Post

ଆଜି ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

Tue May 26 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ଜଣାଯାଇଛି। ଆଜି ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ କରୋନା ଛୁଇଁଲା ପରେ କରୋନା ଆକ୍ରାନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial