ପହିଲାରୁ ବଢ଼ିପାରେ ଲକ୍‌ଡାଉନ୍ ଅବଧି: ଘୋଷଣା କରିପାରନ୍ତି ମୋଦୀ, ୩୧ରେ ମନ୍‌ କି ବାତ୍

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକ୍‌ଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି। କେନ୍ଦ୍ର ସରକାର ଲକ୍ ଡାଉନ୍ ଅବଧିକୁ ବଢ଼ାଇବାକୁ ‌ଯୋଜନା କରିଥିବାର ଖବର ମିଳିଛି। ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’‌ରେ ଏହି ଘୋଷଣା କରିପାରନ୍ତି। ତେବେ ଜୁନ ପହିଲାରୁ ଲକ୍ ଡାଉନ୍-୫ ବେଳେ ଅନେକ କଟକଣାକୁ କୋହଳ କରାଯିବାର ସମ୍ଭାବନା ରହିଛି। ଏସଂପର୍କରେ ନିଷ୍ପତ୍ତି ନେବାଲାଗି ରାଜ୍ୟ ସରକାରମାନଙ୍କୁ ଅଧିକ କ୍ଷମତା ଦିଆଯିବ। ତେବେ ଦେଶର ୧୧ଟି ସହରରେ କଟକଣା କୋହଳ ହେବାର ସମ୍ଭାବନା କମ୍। ଏହି ୧୧ଟି ସହ‌ରକୁ କରୋନା ହଟ୍ ସ୍ପଟ୍ ରୂପେ ବିଚାର କରାଯାଉଛି। ଦେଶରେ ଯେତେ କରୋନା ମାମଲାର ରେକର୍ଡ କରାଯାଉଛି ତାହାର ୭୦ ଭାଗ କେବଳ ଏହି ୧୧ଟି ସହରରେ ରହିଛି। ଏହି ସହରଗୁଡ଼ିକ ‌‌ହେଲା- ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରଟ ଏବଂ କୋଲକାତା। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଲକ୍ ଡାଉନ୍-୫ ସମୟରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ମିଳିପାରେ। କିନ୍ତୁ ଏଥିପାଇଁ ସର୍ତ୍ତ ରଖାଯିବ। ଏହି ସମୟରେ କୌଣସି ଯାତ୍ରା ଓ ଉତ୍ସବକୁ ଅନୁମତି ପ୍ରଦାନ କରାଯିବ ନାହିଁ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ।

Share Now:

Kalinga News Beuro

Next Post

ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଲା

Thu May 28 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୭ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ୨୮ଜଣ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି। ୬୫ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାର ୧୬, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial