ଚୀନର ମୁକାବିଲା ପାଇଁ ସୀମାରେ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ମୁତୟନ କଲା ଭାରତ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି କିଛିଟା ପ୍ରଶମିତ ହୋଇଥିଲେ ମଧ୍ୟ ଚୀନ ସେନାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ସେନା। ଏଥିପାଇଁ ସୀମାରେ ସେନାପକ୍ଷରୁ ଶକ୍ତି ବୃଦ୍ଧି କରାଯାଉଛି। ସୀମାକୁ ଭାରତୀୟ ଯବାନ ଓ ଓଜନିଆ ସାମରିକ ଉପକରଣ ପରିବହନ ପାଇଁ ଆମେରିକା ନିର୍ମିତ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆସାମରେ ଥିବା ମୋହନବାରି ବାୟୁସେନା ଘାଟିରେ ଏହି ହେଲିକାପ୍ଟରକୁ ମୁତୟନ କରାଯାଇଛି। ଏହାକୁ ଭାରତୀୟ ସେନା ନିଜର ସାମରିକ ଅପରେସନରେ ଉପଯୋଗ କରିପାରିବ। ଏହା ମାଧ୍ୟମରେ ସିକିମ, ଅରୁଣାଚଳପ୍ରଦେଶ ସୀମାକୁ ସହଜରେ ସେନା ଓ ସାମରିକ ଉପକରଣ, ଗୋଳାବାରୁଦ ଆଦି ପଠାଯିବ। ଦୁର୍ଗମ ପାହାଡ଼ିଆ ଅଂଚଳରେ ଏହା ସହଜରେ ଉଡ଼ିବା ସହ ଭାରତୀୟ ସେନାକୁ ସହାୟକ ହୋଇପାରିବ। ବିଶେଷଜ୍ଞମାନଙ୍କ ମତରେ ସିକ୍କିମ ଓ ଅରୁଣାଚଳପ୍ରଦେଶ ଆଦି ସୀମାନ୍ତ ଇଲାକାରେ ଚୀନସେନା ଯଦି କୌଣସି ଅନୁପ୍ରବେଶ କରେ ତେବେ ଏହି ହେଲିକାପ୍ଟର ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଅନେକ ଯବାନକୁ ପ୍ରେରଣ କରିହେବ। ଏହା ମାଧ୍ୟମରେ ଆର୍ଟିଲାରୀ ଗନକୁ ମଧ୍ୟ ଯୁଦ୍ଧ କ୍ଷେତ୍ରକୁ ପଠାଇହେବ। ଆମେରିକାର ଚିନୁକ ହେଲିକାପ୍ଟରକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକାପ୍ଟର ବୋଲି କୁହାଯାଏ। ଏହା ଗୋଟିଏ ଥରରେ ୧୩ ହଜାର କିଲୋଗ୍ରାମ ଓଜନର ସାମଗ୍ରୀ ପରିବହନ କରିପାରିବ। ଭାରତ ଆମେରିକାଠାରୁ ଚିନୁକ ସହ ଆଉ ଏକ ଶକ୍ତିଶାଳୀ ଲଢୁଆ ହେଲିକାପ୍ଟର ଆପାଚେ ମଧ୍ୟ କିଣିଛି।

Share Now:

Kalinga News Beuro

Next Post

କରୋନା ଟୀକା ବାହାରିବାକୁ ଆଉ ବର୍ଷେ ଲାଗିପାରେ:ନୋବେଲ ବିଜୟୀ ବୈଜ୍ଞାନିକ ଡୋହେର୍ଟି

Sat May 30 , 2020
ନୂଆଦିଲ୍ଲୀ : କରୋନା ଟୀକା ବାହାର କରିବା ଲାଗି ସମଗ୍ର ବିଶ୍ୱର ଗବେଷକମାନେ ଲାଗିପଡ଼ିଥିବା ବେଳେ ନୋବେଲ ବିଜେତା ଅଷ୍ଟ୍ରେଲୀୟ ବୈଜ୍ଞାନିକ ପିଟର ଚାର୍ଲସ ଡୋହେର୍ଟି କହିଛନ୍ତି ଯେ ଆସନ୍ତା ୯ରୁ ୧୨ ମାସ ପୂର୍ବରୁ ଲୋକଙ୍କ ପାଖରେ ଟୀକା ପହଞ୍ଚିବା ସମ୍ଭାବନା କମ। ସେ କହିଛନ୍ତି ଯେ ଯଦି ସବୁକିଛି ଠିକ ଚାଲେ ତେବେ ବର୍ତ୍ତମାନ ମାନବ ପରୀକ୍ଷଣ ସ୍ତରକୁ ପହଞ୍ଚିଥିବା ଟୀକାଗୁଡ଼ିକ ପ୍ରକୃତରେ କରୋନା ମୁକାବିଲା ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial