ଗୋ‌ଷ୍ଠୀ ସଂକ୍ରମଣ ଆରମ୍ଭ! ସତର୍କ କଲେ ବିଶେଷଜ୍ଞ:କରୋନା ନିୟନ୍ତ୍ରଣ ପଦକ୍ଷେପକୁ କଡ଼ା ସମାଲୋଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ସରକାର କିନ୍ତୁ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରୁନାହାନ୍ତି। ଗୋଟିଏ ପଟେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ସରକାର ଏହି ସମୟରେ ଲକ୍‌ଡାଉନ୍ କଟକଣା କୋହଳ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବି‌ଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି। କ‌ରୋନା ନିୟନ୍ତ୍ରଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ଗବେଷଣା ଗୋଷ୍ଠୀରେ ସାମିଲ ଥିବା କିଛି ବିଶେଷଜ୍ଞ ମଧ୍ୟ ସରକାରଙ୍କର ଏପରି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଭାରତୀୟ ଜନ ସ୍ୱାସ୍ଥ୍ୟ ସଂଗଠନ, ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ପ୍ରିଭେନ୍‌ଟିଭ୍‌ ଆଣ୍ଡ୍‌ ସୋସିଆଲ୍‌ ମେଡିସିନ୍‌ ଏବଂ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଏପିଡେମି‌ଓଲୋଜିଷ୍ଟ୍‌ ଦ୍ୱାରା ଜାରି ହୋଇଥିବା ଏକ ମିଳିତ ବିବୃତିରେ କହାଯାଇଛି ଯେ ବର୍ତ୍ତମାନ ସ୍ଥିତି‌ରେ କ‌ରୋନା ମହାମାରୀକୁ ସମ୍ପୂର୍ଣ୍ଣ ହଟାଇ ଦେଇହେବ ବୋଲି ସରକାର ଆଶା କରିବା ଅବାସ୍ତବ। ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ସେମାନେ ଆହୁରି କହିଛନ୍ତି, ମାର୍ଚ୍ଚ ୨୫ରୁ ମେ’ ୩୦ ତାରିଖ ଯାଏ ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଏହା ସତ୍ତ୍ୱେ ଦେଶରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଜାରି ‌ହୋଇଥିବା ଏହି ମିଳିତ ବିବୃତିରେ ଏମ୍‌ସର ବିଶେଷଜ୍ଞ ଡାକ୍ତର ଶଶିକାନ୍ତ, ବିଏଚ୍‌ୟୁର ପୂର୍ବତନ ପ୍ରଫେସର ଡିସିଏସ୍‌ ରେଡ୍ଡିଙ୍କ ସ୍ଵାକ୍ଷର ରହିଛି। ଗୋଷ୍ଠୀ ସଂକ୍ରମଣ ‌ହୋଇନାହିଁ ବୋଲି ସରକାର କହୁଥିଲେ ମଧ୍ୟ ଦେଶରେ କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଛି। ତେଣୁ କରୋନା ନିୟନ୍ତ୍ରଣ ନେଇ ସରକାର ମହାମାରୀ ରୋଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ଉଚିତ ବୋଲି ବ‌ିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ଦେଶରେ ପ୍ରବାସୀ ସଙ୍କଟକୁ ଯେଉଁଭଳି ମୁକାବିଲା କରାଯାଉଛି ତାହା ଭୂତାଣୁ ନିୟନ୍ତ୍ରଣ ଦିଗରେ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ସେମାନେ ବୋଲି ସତର୍କ କରି ଦେଇଛନ୍ତି।

Share Now:

Kalinga News Beuro

Next Post

ଆଜି ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ: ଓଡ଼ିଶାରେ ୨ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Mon Jun 1 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ଟଟ ହୋଇ ନଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial