ରାଜ୍ୟରେ ଆଜି ୧୪୩ କରୋନା ପଜିଟିଭ ଚିହ୍ନଟ:୨୩୮୮ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଂଚିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୧୬୨୮୯୧ ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ୧୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଂଚିଥିବାବେଳେ ୧୩୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ୧୦୫୪ଟି ସକ୍ରିୟ ମାମଲା ରହିଛି।

Share Now:

Kalinga News Beuro

Next Post

ପ୍ରତି ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟ୍‌କୁ ୧୦ ହଜାର ଟଙ୍କା ଲେଖାଏଁ ଟ୍ରାନ୍‌ସ୍‌ଫର୍ କରିବାକୁ କେନ୍ଦ୍ର ସରକାରଙ୍କୁ କହିଲେ ମମତା ବାନାର୍ଜୀ

Wed Jun 3 , 2020
କୋଲ୍‌କାତା: ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୦ ହଜାର ଟଙ୍କା ଲେଖାଏଁ ଟ୍ରାନ୍‌ସ୍‌ଫର୍ କରିବାକୁ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଟୁଇଟ୍‌ କରି ବାନାର୍ଜୀ ଲେଖିଛନ୍ତି, ମହାମାରୀ ଯୋଗୁଁ ଲୋକେ ଆର୍ଥିକ କଷ୍ଟ ଓ ଅକଳ୍ପନୀୟ ବୈଷମ୍ୟର ସମ୍ମୁଖୀନ ହେଉଛନ୍ତି। ଅଣସଙ୍ଗଠିତ କ୍ଷେତ୍ରର ବ୍ୟକ୍ତି‌ବିଶେଷଙ୍କ ସମେତ ପ୍ରବାସୀ ଶ୍ରମଜୀବୀଙ୍କ ଆକାଉଣ୍ଟ୍‌କୁ ଏକକାଳୀନ ସହାୟତା ରାଶି ଭାବେ ୧୦ ହଜାର ଲେଖାଏଁ ଟ୍ରାନ୍‌ସଫର୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial