ସକାଳ ୫ଟାରୁ ୭ଟା ମଧ୍ୟରେ ୬୦ ବର୍ଷରୁ କମ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ପାର୍କ ମନା

ଭୁବନେଶ୍ୱର: ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି। ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ବିଏମସି ପକ୍ଷରୁ ବିଜ୍ଞପ୍ତି ମୁତାବକ ଏଣିକି ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲିବ। ସେହିପରି ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ମଧ୍ୟ ପାର୍କ ଖୋଲିବ। ତେବେ ସଟଡାଉନ ସମୟରେ ଅର୍ଥାତ ପ୍ରତି ଶନିବାର ଓ ରବିବାର ଦିନ ପାର୍କ ବନ୍ଦ ରହିବ। ସକାଳ ୫ଟାରୁ ୭ଟା ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ପାର୍କ ଉଦ୍ଦିଷ୍ଟ ରହିବାକୁ ଥିବାବେଳେ ଏହି ସମୟ ମଧ୍ୟରେ ୬୦ ବର୍ଷରୁ କମ ବ୍ୟକ୍ତି କେହି ପାର୍କରେ ପ୍ରବେଶ କରିପାରିବେ ନାହିଁ। ସେହିପରି ସକାଳ ୫ଟାରୁ ୭ଟା ପରେ ବୟସ୍କ ବ୍ୟକ୍ତିମାନେ ମଧ୍ୟ ପାର୍କରେ ରହିପାରିବେ ନାହିଁ। ପୂର୍ବରୁ କେହି ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍‌ ବ୍ୟବହାର କରିପାରିବେନି। ବୋଲି ନିୟମ ଜାରି କରାଯାଇଥିଲା। ଲୋକମାନେ କେବଳ ପାର୍କରେ ବସିବେ ଓ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି। ପ୍ରାୟ ଦୁଇ ମାସ ବନ୍ଦ ରହିବା ପରେ ମେ ୨୪ ତାରିଖରେ ବିଡିଏ କର୍ତ୍ତୃପକ୍ଷ ସମସ୍ତ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।

Share Now:

Kalinga News Beuro

Next Post

ଅନ୍ୟ ରାଜ୍ୟ ଫେରନ୍ତା ଓ ମୌସୁମୀ ବଢାଇପାରେ ସଂକ୍ରମଣ:ସତର୍କ ସରକାର

Wed Jun 3 , 2020
ଭୁବନେଶ୍ୱର: ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି। ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା। କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ୍ ମାସରେ ଅଧିକ ସତର୍କତା ଜରୁରୀ। କାରଣ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଫେରୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial