ସୋମବାରଠାରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌

ଭୁବନେଶ୍ୱର: ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଏହି ସୂଚନା ଦେଇଛନ୍ତି। ଏହି ବସ୍‌ଗୁଡ଼ିକ ରାଜଧାନୀ ସମେତ ୨୨ଟି ସହରକୁ ଯୋଡ଼ିବ ବୋଲି ସେ କହିଛନ୍ତି। କରୋନା ପାଇଁ ଲକଡାଡଉନ୍‌ ହେବା ପରଠାରୁ ରାଜ୍ୟରେ ସାଧାରଣ ବସ ସେବା ଅସୁବିଧା ଦେଖାଯାଇଛି। ଘରୋଇ ବସ୍‌ର ମାଲିକମାନେ କମ ଯାତ୍ରୀରେ ବସ ଚଳାଇବାକୁ ମନ କରୁ ନାହାନ୍ତି। ଫଳରେ ଯାତ୍ରୀମାନେ ଅନ୍ୟତ୍ର ଯିବାକୁ ହଇରାଣ ହେଉଛନ୍ତି। ଯାତ୍ରୀମାନଙ୍କର ଅସୁବିଧାକୁ ଦେଖି ଓଏସ୍‌ଆରଟିସି ସୋମବାର ଠାରୁ ବସ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି।

Share Now:

Kalinga News Beuro

Next Post

୭୪ ବର୍ଷରେ ଏସପି ବାଲସୁବ୍ରମଣ୍ୟମ:ଓଡ଼ିଆ ସମେତ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ

Sun Jun 7 , 2020
ମୁମ୍ବାଇ: ଏସପି ବାଲସୁବ୍ରମଣ୍ୟମ, ଭାରତୀୟ ସଂଗୀତ ଜଗତର ଏମିତି ଏକ ସ୍ପର୍ଦ୍ଧିତ ନାମ ଯାହାଙ୍କ ସ୍ୱର ଭାରତୀୟ ସିନେମା ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା। ୧୬ ଟି ଭାରତୀୟ ଭାଷାରେ ପ୍ରାୟ ୪୦ ହଜାରରୁ ଅଧିକ ଗୀତ ଗାଇଥିବା ବାଲସୁବ୍ରମଣ୍ୟମ ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସହିତ ଅନେକ ପୁରସ୍କାର ପାଇଥିବାବେଳେ ତାଙ୍କ ଗୀତକୁ ଏବେ ବି ସବୁ ପିଢ଼ିର ଶ୍ରୋତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial