୭୪ ବର୍ଷରେ ଏସପି ବାଲସୁବ୍ରମଣ୍ୟମ:ଓଡ଼ିଆ ସମେତ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ

ମୁମ୍ବାଇ: ଏସପି ବାଲସୁବ୍ରମଣ୍ୟମ, ଭାରତୀୟ ସଂଗୀତ ଜଗତର ଏମିତି ଏକ ସ୍ପର୍ଦ୍ଧିତ ନାମ ଯାହାଙ୍କ ସ୍ୱର ଭାରତୀୟ ସିନେମା ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା। ୧୬ ଟି ଭାରତୀୟ ଭାଷାରେ ପ୍ରାୟ ୪୦ ହଜାରରୁ ଅଧିକ ଗୀତ ଗାଇଥିବା ବାଲସୁବ୍ରମଣ୍ୟମ ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସହିତ ଅନେକ ପୁରସ୍କାର ପାଇଥିବାବେଳେ ତାଙ୍କ ଗୀତକୁ ଏବେ ବି ସବୁ ପିଢ଼ିର ଶ୍ରୋତା ଗୁଣୁଗୁଣେଇହେଉଛନ୍ତି। ଓଡ଼ିଆ ଭାଷାରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ଫିଲ୍ମ ସତ କେବେ ଲୁଚି ରହେନା ରେ ସେ କଣ୍ଠଦାନ କରିଥିଲେ। ଏସପି ବାଲାସୁବ୍ରମଣ୍ୟମ୍, ଏସପିବି ଭାବରେ ବେଶ ଜଣାଶୁଣା। ଆନ୍ଧ୍ରପ୍ରଦେଶର ନେଲୋରରେ ୪ ଜୁନ୍, ୧୯୪୬ ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଡବିଂ କଳାକାର ତଥା ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଅଟନ୍ତି। ୧୯୬୬ ମସିହାରେ ଏକ ତେଲୁଗୁ ଗୀତରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପରେ ଡେବ୍ୟୁ କରିଥିଲେ। ୧୯୬୯ ରେ ବାଲସୁବ୍ରମଣ୍ୟମଙ୍କ ସ୍ୱତନ୍ତ୍ର ଅଧ୍ୟାୟ ଆରମ୍ଭ ହୋଇଥିଲା, ଯେତେବେଳେ ଭେଟେରାନ ତାମିଲ ଅଭିନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଜି ରାମଚନ୍ଦ୍ରନ ଚାହୁଁଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ର ‘ଆଡିମାଇପେନ’ରେ ଗୀତ ଗାଆନ୍ତୁ। ଏସପିବି ସେତେବେଳେ ଜଣାଶୁଣା ଚେହେରା ନଥିବାବେଳେ ଏହି ଫିଲ୍ମର ଗୀତ ‘ଆୟିରାମ ନୀଲାଭ ଭା’ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା ଓ ଏହି ଗୀତ ପାଇଁ ଚଳଚ୍ଚିତ୍ରଟି ଏକ ବଡ଼ ହିଟ୍ ହୋଇଥିଲା। ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଗୀତ ଗାଇବାର ରେକର୍ଡ ତାଙ୍କ ନାମରେ ରହିଛି। ସେ ୮ ଫେବୃଆରୀ ୧୯୮୧ରେ ଉପେନ୍ଦ୍ର କୁମାର ସଂଗୀତ ନିର୍ଦ୍ଦେଶନାରେ କନ୍ନଡ ଭାଷାରେ ୨୧ ଟି ଗୀତ ରେକର୍ଡ କରିଥିଲେ। ୧୯୮୧ ମସିହାରେ ସେ ‘ଏକ ଦୁଜେ କେ ଲିୟେ’ ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ‘ତେରେ ମେରେ ବିଚ ମେଁ ‘ ଗୀତ ପାଇଁ ସେ ଦ୍ୱିତୀୟ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ପରେ ସେ ଦୁଇଟି ତେଲୁଗୁ ଗୀତ ଏବଂ ଗୋଟିଏ ତାମିଲ ଏବଂ କନ୍ନଡ ଗୀତ ପାଇଁ ଆଉ ଦୁଇଟି ଜାତୀୟ ପୁରସ୍କାର ଜିତିଥିଲେ।

Share Now:

Kalinga News Beuro

Next Post

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା:କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Sun Jun 7 , 2020
ଭୁବନେଶ୍ୱର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ‘ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial