ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ:୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର:ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୯ ତାରିଖ ସୁଦ୍ଧା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପରେ ଏହା ଭାରତର ପୂର୍ବତଟ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଏହି ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମୌସୁମୀକୁ ଟାଣିବାରେ ସହାୟକ ହେବ। ଏଥିପାଇଁ ଏହି ପାଣିପାଗ ସିଷ୍ଟମକୁ ମନସୁନ ଡ୍ରାଇଭର ବା ମୌସୁମୀ ଚାଳକ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଥାନ୍ତି। ବଙ୍ଗୋପସାଗରର ସାମୁଦ୍ରିକ ବାତାବାରଣ ଏହି ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏହି ଲଘୁଚାପ ଯୋଗୁଁ ମୌସୁମୀର ପୂର୍ବଭାଗଟି ପଶ୍ଚିମଭାଗ ତୁଳନାରେ ଶୀଘ୍ର ଅଗ୍ରଗତି କରିବ ଓ ଆସନ୍ତା ୧୧-୧୨ ତାରିଖ ବେଳକୁ ସମଗ୍ର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଶ ଛୁଇଁବ। ଏହି ଲଘୁଚାପ କାରଣରୁ ଆସନ୍ତା ୮ ତାରିଖ ବେଳକୁ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବ ଓ ୧୦ ବେଳକୁ ଓଡ଼ିଶା ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଅନ୍ତରୀଣ କର୍ଣ୍ଣାଟକ, ରାୟଲସୀମା, ତାମିଲନାଡୁ, ପୁଡୁଚେରୀରେ ପହଞ୍ଚିସାରିଛି। ଆସନ୍ତା ୨-୩ ଦିନରେ ଏହା ସଂପୂର୍ଣ୍ଣ କର୍ଣ୍ଣାଟକ , ଗୋଆ,କୋଙ୍କଣ, ଉପକୂଳ ଆନ୍ଧ୍ରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି। ପରବର୍ତ୍ତି ଦୁଇ ଦିନରେ ଏହା ଓଡ଼ିଶା, ଉତ୍ତର-ପୂର୍ବ ଭାରତ, ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶରେ ପହଞ୍ଚିବ।

Share Now:

Kalinga News Beuro

Next Post

ଆଜି ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି

Mon Jun 8 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial