ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ:ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୩

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି କୁହାଯାଇଛି। ଏମାନଙ୍କ ଭିତରୁ ଚନ୍ଦ୍ରଶେଖରପୁରରୁ ଜଣେ ୨୮ ବର୍ଷିୟ ପୁରୁଷ ଅଛନ୍ତି। ସେ ଜଣେ ହାଇଦ୍ରାବାଦ ଫେରନ୍ତା। ଆଉ ଜଣେ ଡୁମଡୁମା ଅଞ୍ଚଳର ୨୯ ବର୍ଷିୟ ପୁରୁଷ ଅଛନ୍ତି। ସେ ଜଣେ ଦିଲ୍ଲୀ ଫେରନ୍ତା ବୋଲି ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ପଟିଆ ଅଞ୍ଚଳରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କର ବୟସ ୩୪ ବର୍ଷ ଓ ସେ ଜଣେ ପୁରୁଷ। ଆରଜଣକ ୨୬ ବର୍ଷୀୟା ମହିଳା। ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ରାଜଧାନୀରେ ଏବେ ସୁଦ୍ଧା ୯୩ଟି ପଜିଟିଭ ମାମଲା ରହିଥିବା ବେଳେ ୫୩ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ଟି ସକ୍ରିୟ ମାମଲା ରହିଛି।

Share Now:

Kalinga News Beuro

Next Post

ମୃତ ବ୍ୟକ୍ତି ହାଜର ହୋଇ ଜମି ବିକିଲେ:ତଦନ୍ତ ପାଇଁ ଭୁବନେଶ୍ୱର ଏଡିଏମ୍‌ଙ୍କୁ ନିର୍ଦ୍ଦେଶ

Tue Jun 9 , 2020
କଟକ: ୪୦ ବର୍ଷ ତଳେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତି ସବ ରେଜିଷ୍ଟ୍ରାର ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜମି ବିକ୍ରି କରିଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମନାକୁ ଆସିଥିବା ବେଳେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ପୁଅଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ଖୋର୍ଦ୍ଧା ଏଡିଏମ୍ ତଥା ଡିଆରଙ୍କୁ ଘଟଣାର ତଦନ୍ତ କରିବା ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial