ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ:ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୧୩ଟି ସ୍ଥାନୀୟ କେସ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣ, ନୟାଗଡ଼ରୁ ୪ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ଜଣେ, କଳାହାଣ୍ଡିରୁ ୪ ଜଣ, ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ବଲାଙ୍ଗୀରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ମୟୁରଭଞ୍ଜରୁ ୪ ଜଣ, କୋରାପୁଟରୁ ଜଣେ, କେଉଁଝରରୁ ଜଣେ ଓ ବୌଦ୍ଧରୁ ଜଣେ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୧୮୫୪୧୦ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏଥିମଧ୍ୟରୁ ୩୨୫୦ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧୦୬ଟି ସକ୍ରିୟ ମାମଲା ରହିଛି। ସେହିପରି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ଆସୁଛି ମୌସୁମୀ : ରାଜଧାନୀରେ ଅଧା ଡ୍ରେନ୍‌ ମୁକୁଳା

Wed Jun 10 , 2020
୨୦୦ କିମିରୁ ଅଧିକ ଡ୍ରେନ୍‌ର ସ୍ଲାବ୍‌ ନାହିଁ ଭୁବନେଶ୍ୱର: ଆଉ ଦୁଇ ତିନି ଦିନରେ ଓଡ଼ିଶା ଛୁଇଁବ ମୌସୁମୀ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରି ସାରିଲାଣି। ରାଜଧାନୀରେ ଏଥର ଯେପରି ଜଳବନ୍ଦୀ ସମସ୍ୟା ନ ହେବ, ସେଥିପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ବି ଜୋରଦାର୍‌ ଡ୍ରେନ୍‌ ସଫେଇ କରୁଛନ୍ତି। କିନ୍ତୁ ଲୋକ ଯେପରି ‌ମୁକୁଳା ଡ୍ରେନ୍‌ରେ ପଡ଼ି ନ ମରିବେ, ସେ ବ୍ୟବସ୍ଥା କେହି କରୁନାହାନ୍ତି। ରାଜଧାନୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial