ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୫ଟି ମାମଲା କ୍ୱାରେନ୍‌ଟାଇନ୍‌ ସେଣ୍ଟରରୁ ଆସିଥିବାବେଳେ ୩୦ଟି ମାମଲା ସ୍ଥାନୀୟ ବୋଲି ଜଣାପଡିଛି। ଆଜି ଚିହ୍ନଟ ହୋଇଥିବା ୧୭୫ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ଆକ୍ରାନ୍ତ ଥିବାବେଳେ ମୟୁରଭଞ୍ଜରୁ ୫ ଜଣ, ଖୋର୍ଦ୍ଧାରୁ ୨୫ ଜଣ, ସୁନ୍ଦରଗଡ଼ରୁ ୫ ଜଣ, କଟକରୁ ୩ ଜଣ, ଜଗତସିଂହପୁରରୁ ୭ ଜଣ, ଝାରସୁଗୁଡ଼ାରୁ ଜଣେ, ବାଲେଶ୍ୱରରୁ ୬ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡାରୁ ୫ଜଣ, କନ୍ଧମାଳରୁ ୭ ଜଣ, ବରଗଡ଼ରୁ ୧୧ ଜଣ, ପୁରୀରୁ ୧୮ ଜଣ, ବଲାଙ୍ଗୀରରୁ ୩ ଜଣ ଓ ଗଞ୍ଜାମରୁ ଜଣେ ରହିଛନ୍ତି। ସେହିପରି ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୯୯, ଖୋର୍ଦ୍ଧା ଜିଲ୍ଲାରେ ୩୯୪, କଟକ ଜିଲ୍ଲାରେ ୩୪୬, ଯାଜପୁର ଜିଲ୍ଲାରେ ୩୪୧ , ବାଲେଶ୍ୱର ଜିଲ୍ଲାରେ ୨୨୨, ପୁରୀ ଜିଲ୍ଲାରେ ୧୮୮, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୬, ଭଦ୍ରକ ଜିଲ୍ଲାରେ ୧୭୭, ଜଗତସିଂହପୁର ଜିଲ୍ଲାରେ ୧୭୪, ଗଜପତି ଜିଲ୍ଲାରେ ୧୬୩, ବଲାଙ୍ଗୀର ଜିଲ୍ଲାରେ ୧୪୭, କନ୍ଧମାଳ ଜିଲ୍ଲାରେ ୧୪୪, ସୁନ୍ଦରଗଡ଼ ଜିଲ୍ଲାରେ ୧୩୭, ମୟୁରଭଞ୍ଜ ଜିଲ୍ଲାରେ ୧୨୬, ନୟାଗଡ଼ ଜିଲ୍ଲାରେ ୧୧୨, ନୂଆପଡ଼ା ଜିଲ୍ଲାରେ ୭୮, କେନ୍ଦୁଝର ଜିଲ୍ଲାରେ ୭୫, କଳାହାଣ୍ଡି ଜିଲ୍ଲାରେ ୫୮, ଢ଼େଙ୍କାନାଳ ଜିଲ୍ଲାରେ ୫୨, ଅନୁଗୁଳ ଜିଲ୍ଲାରେ ୪୮, ମାଲକାନଗିରି ଜିଲ୍ଲାରେ ୪୭, ବରଗଡ଼ ଜିଲ୍ଲାରେ ୪୬, ଦେଓଗଡ଼ ଜିଲ୍ଲାରେ ୪୦, ବୌଦ୍ଧ ଜିଲ୍ଲାରେ ୩୮, ସୋନପୁର ଜିଲ୍ଲାରେ ୩୧, ସମ୍ବଲପୁର ଜିଲ୍ଲାରେ ୨୪, ଝାରସୁଗୁଡ଼ା ଜିଲ୍ଲାରେ ୧୯, କରୋପୁଟ ଜିଲ୍ଲାରେ ୧୭, ରାୟଗଡ଼ା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୨ ରହିଛି।

Share Now:

Kalinga News Beuro

Next Post

ଏବର୍ଷ ରଥଯାତ୍ରା ହେଲେ ମହାପ୍ରଭୁ ଆମକୁ କ୍ଷମା ଦେବେ ନାହିଁ :ସୁପ୍ରିମକୋର୍ଟ

Thu Jun 18 , 2020
ଚଳିତ ବର୍ଷ ପୁରୀ ତଥା କୌଣସି ସ୍ଥାନରେ ହେବନାହିଁ ରଥଯାତ୍ରା ନୂଆଦିଲ୍ଲୀ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ଵନ୍ଦ ଲାଗି ରହିଥିଲା, ତାହା ଆଜି ଦୂର କରିଛନ୍ତି ସୁପ୍ରିମକୋର୍ଟ। ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial