ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ସେନା ପ୍ରସ୍ତୁତ : ସର୍ବଦଳୀୟ ବୈଠକରେ ରାଜନାଥଙ୍କ ବୟାନ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜନୈତିକ ନେତାମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଯେ ସୀମାରେ ସ୍ଥିତାବସ୍ଥା ବଜାୟ ରହିଛି ବୋଲି ସରକାର ଦେଶବାସୀ ଓ ବିରୋଧୀ ଦଳମାନଙ୍କୁ ଭରସା ଦିଅନ୍ତୁ।
ବୈଠକ ଆରମ୍ଭରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପିର ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି,ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଡିଏମକେର ଏମକେ ଷ୍ଟାଲିନ, ଏଆଇଡିଏମକେର କେ. ପନୀଲସେଲଭମ, ଟିଡ଼ିପିର ଚନ୍ଦ୍ରବାବୁ ନାଇଡୁ, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ଓ୍ଵାଇଏସଆର କଂଗ୍ରେସର ଜଗନ ମୋହନ ରେଡ୍ଡୀ, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଆପ, ଆରଜେଡି ଓ ଏଆଇଏମଏମକୁ ଡକାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକଟ କରିଛନ୍ତି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ଅବ୍ୟବସ୍ଥା : ପାଥୋଲୋଜିରେ ଉଚ୍ଚମାନର ପରୀକ୍ଷାରେ ତାଲା

Fri Jun 19 , 2020
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ପାଥୋଲୋଜି ବିଭାଗରେ ମିଳୁଥିବା ଉଚ୍ଚମାନର ପରୀକ୍ଷା ବନ୍ଦ ହୋଇଯାଇଛି। ପରୀକ୍ଷା କରିବା ଲାଗି ଚୁକ୍ତି କରିଥିବା ସଂସ୍ଥା ନିଜ କର୍ମଚାରୀଙ୍କୁ ଦରମା ନ ଦେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟର୍‌ ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେବେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ସଂପୃକ୍ତ ସଂସ୍ଥାର ବିକଳ୍ପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial