ପୁଣି ରାଜ୍ୟରେ ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ୬ଜଣ ଏନଡିଆରଏଫ୍ କର୍ମଚାରୀ ଅଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮, ଖୋର୍ଦ୍ଧାରୁ ୪୭, ଗଜପତିରୁ ୨୯, ବଲାଙ୍ଗିରରୁ ୧୧, ପୁରୀ ଓ ଯାଜପୁରରୁ ୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରୁ ୭ ଜଣ ଲେଖାଏଁ , ସୁନ୍ଦରଗଡ଼ରୁ ୬, କଟକ ଓ କେନ୍ଦୁଝରରୁ ୫ ଲେଖାଏଁ, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ , ନବରଙ୍ଗପୁର ଓ ବାଲେଶ୍ବରରୁ ୨ ଜଣ ଲେଖାଏଁ , ଦେବଗଡ଼, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୪୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୫ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ବଢ଼ୁଛି ସ୍ଥାନୀୟ ସଂକ୍ରମଣ:ରାଜଧାନୀରୁ ଦିନକରେ ୨୨ ପଜିଟିଭ୍ ଚିହ୍ନଟ

Thu Jun 25 , 2020
ଭୁବନେଶ୍ବର : ରାଜଧାନୀରୁ ପୁଣି ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୨ଜଣଙ୍କ ମଧ୍ୟରେ ୧୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୩ ଜଣ ଗୃହ ସଙ୍ଗରୋଧରେ ଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ସଂକ୍ରମିତ ୧୯ଜଣଙ୍କ ମଧ୍ୟରୁ ୧୬ଜଣ ଏକ ଘରୋଇ ଡାକ୍ତରଖାନା କର୍ମଚାରୀ ରହିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି। ସ୍ଥାନୀୟ ସଂକ୍ରମିତ ଥିବା ୧୯ଜଣଙ୍କ ମଧ୍ୟରୁ ୧୬ଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial