ଆଧାର ହେବ ଅଦରକାରୀ ,ଆସିବ ନୂଆ ‘ଭର୍ଚୁଆଲ ଆଇଡି’

ଜୁନ ୧ରୁ ଲାଗୁ କରିପାରେ ମୋଦି ସରକାର
ନୂଆଦିଲ୍ଲୀ: ଆଧାର ଡାଟା ଲିକ୍‌ ହେବା ଖବରକୁ ନେଇ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ନିର୍ଣ୍ଣୟ କରିଛନ୍ତି। ୟୁଆଇଡିଏଆଇ ଭର୍ଚୁଆଲ ଆଇଡି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ କେତେକ ସୁବିଧାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ଆଧାର ଡାଟା ଲିକ୍‌ ହେବା ପରେ ସରକାର ବି ଆଧାର ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିବା ପାଇଁ ଜୋର ଦଇଛନ୍ତି। ‘ଭର୍ଚୁଆଲ ଆଇଡି’ ଆଧାର ଡାଟାକୁ ସୁରକ୍ଷିତ ରଖିବା ପାଇଁ ଜାରି କରାଯାଇଛି।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସି ସାରିବଣି ଏହି ଆଧାର ଭର୍ଚୁଆଲ ଆଇଡି କ’ଣ? ସାଧାରଣଲୋକ ଏହାକୁ କିପରି ବ୍ୟବହାର କରିବେ? ଏହି ନୂଆ ଆଇଡିକୁ କିଭଳି ପ୍ରସ୍ତୁତ କରାଯିବ ଇତ୍ୟାଦି?

ଆସନ୍ତୁ ଜାଣିବା ଭର୍ଚୁଆଲ ଆଇଡି କ’ଣ ?

ଆଧାର ଭର୍ଚୁଆଲ ଆଇଡି ଟେମ୍ପରାରି ନମ୍ବର ହୋଇଥାଏ। ଏଥିରେ ୧୬ଅଙ୍କ ବିିଶିଷ୍ଟ ନମ୍ବର ହୋଇଥାଏ। ୟୁଆଇଡିଏଆଇ ବ୍ୟବହାରକାରୀଙ୍କ ପ୍ରତ୍ୟେକ ଆଧାରରେ ଏକ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବ। ଯଦି ଆପଣଙ୍କୁ କୌଣସି ସ୍ଥାନରେ ଆଧାର ଡିଟେଲ ପାଇଁ ୧୨ଅଙ୍କ ଦେବାକୁ ପଡ଼ିବ ସେହି ସ୍ଥାନରେ ୧୬ଅଙ୍କ ଭର୍ଚୁଆଲ ଆଇଡି ଦେଇପାରିବେ। ଭର୍ଚୁଆଲ ଆଇଡି ଜେନରେଟ କରିବା ସୁବିଧା ଜୁନ୍‌ ୧ରୁ ଅନିବାର୍ଯ୍ୟ ହୋଇଯିବ

Share Now:

Kalinga News Beuro

Leave a Reply

Next Post

ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚକା ଜାମ୍

Mon Apr 2 , 2018
ଭୁବନେଶ୍ୱର: ଏସସି/ ଏସଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନ କରାଯାଉଛି। ବଲାଙ୍ଗିର, ସମ୍ବଲପୁର, ରାଉରକେଲା ଓ ମାଲକାନଗିରିରେ ବନ୍ଦର ପ୍ରଭାବ ଦେଖାଦେଇଛି। ବନ୍ଦ ଯୋଗୁଁ ଦୋକାନବଜାର, ବସ୍ ଚଳାଚଳ ପ୍ରଭାବିତ ହୋଇଛି। ରାଉରକେଲା ବିସ୍ରା ଛକରେ ଆନ୍ଦୋଳନକାରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial