ଗଞ୍ଜାମରେ କରୋନା ବିସ୍ଫୋରଣ : ଦିନକରେ ଶତକ

ଅଗଷ୍ଟ ଲାଗି କରୋନା କଟକଣା

୧୯ ଜିଲ୍ଲାରୁ ୨୫୧ ରୋଗୀ ଚିହ୍ନଟ, ୧୬୪ ସୁସ୍ଥ
ଗଞ୍ଜାମର ଆଉ ଏକ ଅଣ କୋଭିଡ୍‌ ମୃତ୍ୟୁ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ କରୋନା ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଏକପ୍ରକାର ରେକର୍ଡ ସୃଷ୍ଟି ହୋଇଛି। ତହିଁରେ ୭ଟି ଅଞ୍ଚଳରୁ ୪୩ଜଣ କରୋନା ଯୋଦ୍ଧା ରହିଛନ୍ତି। କେବଳ ଜୁନ୍ ମାସରେ ଗଞ୍ଜାମ ଜିଲ୍ଲାରେ ୧୧୦ରୁ ଅଧିକ କରୋନା ଯୋଦ୍ଧା ସଂକ୍ରମିତ ହୋଇ ସାରିଲେଣି। ରାଜ୍ୟର ସମୁଦାୟ ରୋଗୀଙ୍କ ୨୦ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାରୁ ହିଁ ରହିଛନ୍ତି। ତେଣୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସାଧାରଣରେ ଚର୍ଚା ଜୋର ଧରିଛି। ଯାହାକି ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଞ୍ଜାମରେ ଜଣେ ୫୨ବର୍ଷର ଜଣେ କରୋନା ପଜିଟିଭ୍ ରୋଗୀ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ସେ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମୃତ୍ୟୁର ପ୍ରାଥମିକ କାରଣ କରୋନା ନ ଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କୁ କରୋନା ଜନିତ ମୃତ୍ୟୁ ବୋଲି ସରକାରୀ ଭାବେ ଗ୍ରହଣ କରାଯାଇ ନାହିଁ। ରାଜ୍ୟରେ ଏଭଳି ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହାବାଦ୍ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ୧୪ ହୋଇଛି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକ ଭିତରେ କଟକ ୩୨, ଖୋର୍ଧା ୨୬, ନୟାଗଡ଼ ୧୪, ବରଗଡ଼ ଓ ପୁରୀ ୧୨ଜଣ ଲେଖାଏଁ, ମାଲକାନାଗିରି ୧୦, ସୁନ୍ଦରଗଡ଼ ୭, ଗଜପତି ୬, ମୟୂରଭଞ୍ଜ ଓ ଝାରସୁଗୁଡ଼ା ୫ଜଣ ଲେଖାଏଁ, ଦେବଗଡ଼, ବଲାଙ୍ଗୀର ଓ କେନ୍ଦ୍ରାପଡ଼ରୁ ୪ଜଣ ଲେଖାଏଁ, ବାଲେଶ୍ବର ଓ ସମ୍ବଲପୁରରୁ ୨ଜଣ ଲେଖାଏ, ସୋନପୁର, ଅନୁଗୁଳ, ଯାଜପୁରରୁ ଜଣେ ଲେଖାଏଁ ଓ ଏନ୍‌ଡିଆରଏଫ୍‌ର ଜଣେ କର୍ମଚାରୀ ପଜିଟିଭ୍ ରହିଛନ୍ତି। ସମୁଦାୟ ୨୫୧ ସଂକ୍ରମିତଙ୍କ ମଧ୍ୟରୁ ୨୦୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟରେ ଶହେରୁ ଅଧିକ ସଂକ୍ରମିତ ତାଲିକା ସଂଖ୍ୟା ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୯ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଆଗରେ ରହିଛି ଗଞ୍ଜାମ ଜିଲ୍ଲା। ଏଠାରୁ ୧୪୭୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୪୧ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବାଦ୍ ଖୋର୍ଧା ୮୪୭, କଟକ ୬୦୮, ଯାଜପୁର ୫୧୫, ଗଜପତି ୪୪୧, ବାଲେଶ୍ବର ୩୫୩, ଜଗତସିଂହପୁର ୨୯୮, ପୁରୀ ୨୬୮, କେନ୍ଦ୍ରାପଡ଼ା ୨୫୧, ଭଦ୍ରକ ୨୩୨, ମୟୂରଭଞ୍ଜ ୨୧୩, ସୁନ୍ଦରଗଡ଼ ୨୦୦, ବଲାଙ୍ଗୀର ୧୮୭, କନ୍ଧମାଳ ୧୭୮, ନୟାଗଡ଼ ୧୫୮, କେନ୍ଦୁଝର ୧୪୫, ବରଗଡ଼ ୧୦୯, ଝାରସୁଗୁଡ଼ା ୧୦୮ ଓ ମାଲକାନାଗିରିରୁ ୧୦୬ଜଣ ରହିଛନ୍ତି। ଆଜି ୧୬୪ଜଣ କ‌ରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୪୮ଜଣ ଗଞ୍ଜାମ ଜିଲ୍ଲାର ଥିବା ବେଳେ ଜଗତସିଂହପୁର ୩୧, ବାଲେଶ୍ବର ୨୬, କଟକ ୨୫, ଯାଜପୁର ଓ ଖୋର୍ଧା ୧୨ଜଣ ଲେଖାଏ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ର ୩ଜଣ ଲେଖାଏ, କେନ୍ଦୁଝର ୨ ଓ ଭଦ୍ରକ ଓ ନୟାଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୩୫୩ ଛୁଇଁଛି।

Share Now:

Kalinga News Beuro

Next Post

ଚୀନ୍‌ ବିରୋଧରେ ଅନ୍ତର୍ଜାତୀୟ ମେଣ୍ଟ ଗଠନ କରିବ ଭାରତ

Thu Jul 2 , 2020
ଚୀନ୍‌ ଦ୍ରବ୍ୟ ବର୍ଜନ ପାଇଁ ଅନ୍ୟ ରାଷ୍ଟ୍ରଙ୍କୁ ଏକଜୁଟ୍‌ କରିବ ନୂଆଦିଲ୍ଲୀ : ଟିକ୍‌ଟକ୍‌, ୟୁସି ବ୍ରାଉଜର ଏବଂ କ୍ୟାମ୍‌ ସ୍କାନର ସମେତ ୫୯ ଚୀନ୍‌ ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ କରିବାପରେ ଭାରତ ଚୀନ୍‌ ବିରୋଧରେ ଆହୁରି ଅଧିକ କଡ଼ା‌ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ଚୀନ୍‌ ବିରୋଧରେ ଭାରତ ଏବେ ଅନ୍ୟ ରାଷ୍ଟ୍ରମାନଙ୍କୁ ଏକଜୁଟ୍‌ କରିବ। ଚୀନ୍‌ର ମୁକାବିଲା ଏବଂ ଚୀନ୍‌ ସାମଗ୍ରୀ ବର୍ଜନ କରିବା ପାଇଁ ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial