ହିନ୍ଦୀ ସିନେଜଗତର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ପରଲୋକ

ମୁମ୍ୱାଇ: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ବିଳମ୍ବିତ ରାତି ୧ଟା ୫୨ ମିନିଟ୍ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ଜୁନ୍ ୨୦ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର କୋରିଓଗ୍ରାଫର ସରୋଜ ଖାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଯିବା ପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କର ମଧୁମେହ ଏବଂ ଆନୁସଙ୍ଗିକ ରୋଗ ମଧ୍ୟ ଥିଲା। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିଲା। ସରୋଜ ଖାନଙ୍କ ସ୍ୱାମୀ ବି ସୋହାନଲାଲ, ପୁଅ ହମିଦ ଖାନ ଏବଂ ଦୁଇ ଝିଅ ହିନା ଖାନ ଏବଂ ସୁକିନା ଖାନ ଅଛନ୍ତି। ତାଙ୍କ ଝିଅ ସୁକିନା ଖାନ ସୂଚନା ଦେଇଛନ୍ତି ଯେ ତାଙ୍କ ମା’ଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିଲା। ଚାରି ଦଶନ୍ଧିରୁ ଅଧିକ ସମୟର ଲମ୍ବା କ୍ୟାରିଅରରେ ସରୋଜ ଖାନ ଦୁଇ ହଜାରରୁ ଅଧିକ ସିନେମା ଗୀତର କୋରିଓଗ୍ରାଫି କରିଥିଲେ। ତିନି ବର୍ଷ ବୟସରେ ବ୍ୟାକଗ୍ରାଉଣ୍ଡ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିବା ସରୋଜ ଖାନ ୧୯୭୪ ମସିହାରେ ’ଗୀତା ମେରା ନାମ’ରୁ ସ୍ବାଧୀନ ଭାବେ କୋରିଓଗ୍ରାଫର ଭାବରେ କାମ ଆରମ୍ଭ କରିଥିଲେ। ତାଙ୍କର ନିର୍ଦ୍ଦେଶିତ କେତେକ ଲୋକପ୍ରିୟ ଗୀତ ହେଲା ‘ମିଷ୍ଟର୍ ଇଣ୍ଡିଆ’ର ହୱା ହାୱାଇ…. , ‘ତେଜାବ’ ଏକ୍ ଦୋ ତିନ୍ …‘ବେଟା’ର ଧକ୍ ଧକ୍ କରନେ ଲାଗା… ଏବଂ ‘ଦେବଦାସ’ର ଡୋଲା ରେ ଡୋଲା…। ସେ ଶେଷ ଥର ପାଇଁ ୨୦୧୯ରେ କରଣ ଜୋହରଙ୍କ ‘କଲଙ୍କ’ର ତବାହ ହୋ ଗୟେ… ଗୀତର କୋରିଓଗ୍ରାଫି କରିଥିଲେ। ସରୋଜ୍ ଖାନ୍ ତିନିଥର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି

Sat Jul 4 , 2020
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୪୦ଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୫୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial