ଜିଲ୍ଲାପାଳଙ୍କ ବଡ ପଦକ୍ଷେପ : ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ ଦୋକାନୀ ଗଣିବେ ୫ ହଜାର ଟଙ୍କା ଜରିମାନା

୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ସ୍ଥିତି ସବୁଠାରୁ ଖରାପ ଥିବା ଯୋଗୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କେତେକ ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। କୋଭିଡ ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଠିକ୍ ସେହିପରି ଦ୍ୱିତୀୟ ଥର ପାଇଁ କୋଭିଡ ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ, ଗୋଟିଏ ମାସ ପାଇଁ ଦୋକାନ ବନ୍ଦ କରାଯିବା ସହିତ ଦେକାନୀଙ୍କ ନାମରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଜିଲ୍ଲାରେ କୃଷି, ସାମଗ୍ରୀ, ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ଗଞ୍ଜାମରେ କୌଣସି ଯାନବାହନ ଚଳାଚଳକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି। ଏଣେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲିଠୁ ସହରାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ଅଞ୍ଚଳରେ କେବେ ସ୍କ୍ରିନିଂ ହେବ ଆଜି ସେ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ। ସ୍କ୍ରିନିଂ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ୩ରୁ ୪ ଦିନ ପର୍ଯ୍ୟନ୍ତ ସଟଡାଉନ୍‌ କରାଯିବ ବୋଲି ଟୁଇଟ୍ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ଲକ୍ଷଣ ଥିଲେ ନ ଲୁଚାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

କରୋନାରୁ ଜଗା-ବଳିଆ କେତେ ସୁରକ୍ଷିତ ...?

Tue Jul 7 , 2020
କଟକ : କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି କଟକ ବଡ଼ ଡାକ୍ତରଖାନା। ତା’ରି ଭିତରେ ଅଛନ୍ତି ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ। ବଳିଆର ଚିକିତ୍ସା ଚାଲିଥିବାବେଳେ ଜଗା ବୁଲୁଛି, ଖେଳକୁଦ କରୁଛି। ଏଭଳି ସମୟରେ ସେମାନଙ୍କ ପାଇଁ ଏସ୍‌ସିବି କେ‌ତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ ଜଗା-ବଳିଆଙ୍କ ମା’ ବିଭିନ୍ନ ସମୟରେ ଗାଁକୁ ଫେରିଯିବା ପାଇଁ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ନିବେଦନ କରୁଛନ୍ତି। କର୍ତ୍ତୃପକ୍ଷ ତାଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial