ବନ୍ଦ ହେଲା ଆଚାର୍ଯ୍ୟବିହାର ଆରଟିଓ କାର୍ଯ୍ୟାଳୟ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ ପରିବହନ ଆରଟିଓ କାର୍ଯ୍ୟାଳୟକୁ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଆରଟିଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ୱର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ଶାଖାକୁ ମଧ୍ୟ ବିଏମ୍‌ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। କଟକ ରୋଡ୍ ଶାଖା ଓ ଶ୍ରୀୟା ଟକିଜ୍ ନିକଟସ୍ଥ ମୁଖ୍ୟାଳୟର ସେଲ୍‌ସ୍‌ ସେକ୍ସନକୁ ବନ୍ଦ କରାଯାଇଛି। ସେହିପରି ନଖରା ସ୍ଥିତ ଗଦି ଗୋଦାମକୁ ମଧ୍ୟ ବନ୍ଦ କରିଛି ବିଏମ୍‌ସି। ଗଦି ଗୋଦାମରେ କାର୍ଯ୍ୟ କରୁଥିବା ୨ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗୋଦାମକୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଗୋଦାମର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ଅକଳରେ କେରଳ ମୁଖ୍ୟମନ୍ତ୍ରୀ : ସ୍ବପ୍ନାଙ୍କ ଜାଲରେ କେରଳ ସରକାର

Wed Jul 8 , 2020
ଥିରୁବନନ୍ତପୁରମ: ଜଣେ ମହିଳାଙ୍କ ଯୋଗୁଁ କେରଳରେ ବିଜୟନ ସରକାର ବିବାଦରେ ଫସିଯାଇଛି। ତାଙ୍କ ଯୋଗୁଁ ‌ଜଣେ ବରିଷ୍ଠ ଆଇଏଏସ୍ ଅଧିକ‌ାରୀଙ୍କ ଚାକିରୀ ମଧ୍ୟ ଯାଇଛି। ସେ ଏକ ବଡ଼ ଧରଣର ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟରେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଢାଲ କରି ସେ ଦୀର୍ଘ ଦିନ ଧରି ଏହି ରାକେଟ ଚଳାଇଥିଲେ। ଗତକାଲି ବିମାନଘାଟୀରେ ୧୫ କୋଟି ଟଙ୍କାର ୩୦ କିଲୋ ସୁନା ଧରାପଡ଼ିବା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial