୧୫ ବିଜେଡି ନେତାଙ୍କୁ ନୂଆ ପଦବୀ : ରାଜ୍ୟରେ ବିଭିନ୍ନ ସଂଗଠନର ଦାଇତ୍ୱ ସମ୍ଭାଳିବେ

ଭୁବନେଶ୍ୱର: ୧୫ ବିଜେଡି ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ। ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଆସୀନ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି। ତେବେ ସର୍ବଭାରତୀୟ ସ୍ତରରେ ବିଜେଡି ପ୍ରଥମ ଦଳ ଭାବେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଦେଇଛି। ଯେଉଁ ନେତାମାନଙ୍କୁ ଆଜି ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି ସେମାନେ ହେଲେ ନୃସିଂହ ସାହୁଙ୍କୁ ଆଂଚଳିକ ବିକାଶ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୋସିଆଲ ୱେଲଫେୟାରର ଇନଚାର୍ଜ, ଅରୁଣ କୁମାର ସାହୁ ଓ ରୋହିତ ପୂଜାରୀଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ, ଅତନୁ ସବ୍ୟସାଚୀ ନାୟକଙ୍କୁ ‘ମୋ ପରିବାର’ର ଇନଚାର୍ଜ ଦାୟିତ୍ୱ ମିଳିଛି। ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆଙ୍କୁ ପରିବେଶ ଇନଚାର୍ଜ, ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଇନଚାର୍ଜ, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ, ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଇନଚାର୍ଜ ଏବଂ ସୁମ୍ରିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ଇନଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି।

Share Now:

Kalinga News Beuro

Next Post

କରୋନାରେ ଛାଇଗଲା ଭୁବନେଶ୍ୱର : ମାର୍ଚ୍ଚରେ ପ୍ରଥମ, ଜୁଲାଇରେ ୫ଶହ ଛୁଇଁଲା

Thu Jul 9 , 2020
ଦିନକରେ ରେକର୍ଡ ସଂଖ୍ୟକ ୪୬ଜଣ ପଜିଟିଭ୍ ଭୁବନେଶ୍ବର: କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ, ଭୁବନେଶ୍ବର ସାରା ଛାଇ ଗଲାଣି କରୋନା। ଗତ ୨୪ଘଣ୍ଟାରେ ରାଜଧାନୀରେ କେବଳ ୪୬ଜଣ ପଜିଟିଭ୍ ବାହାରିଥିବା ବେଳେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏମାନଙ୍କୁ ଚିହ୍ନଟ କରାଯାଇଛି। ସଙ୍ଗରୋଧ ହେଉ ବା ସ୍ଥାନୀୟ ସଂକ୍ରମିତ, ରାଜଧାନୀରେ କରୋନା ଧୀରେ ଧୀରେ ବିସ୍ଫୋରଣ ଆଡ଼କୁ ଗତି କରିବାକୁ ଆରମ୍ଭ କରିଛି। ମାର୍ଚ୍ଚ ୧୫ତାରିଖରେ ରାଜ୍ୟ ତଥା ରାଜଧାନୀରେ ପ୍ରଥମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial