ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ଲାଣ୍ଟ୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍‌ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍‌ଟ୍ରା ମେଗା ସୋଲାର୍‌ ପାୱାର୍ ପ୍ରୋଜେକ୍ଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରୋଜେକ୍ଟ୍‌ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ। ଜାତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବା ପରେ ପ୍ରଧାନମନ୍ତ୍ରୀ କହିଲେ, କେବଳ ଆଜିର ନୁହେଁ, ସୌରଶକ୍ତି ଏକବିଂଶ ଶତାବ୍ଦୀର ପ୍ରମୁଖ ଶକ୍ତି ଆବଶ୍ୟକତାର ମାଧ୍ୟମ ହେବ। କାରଣ ସୌରଶକ୍ତି ହେଉଛି ସୁନିଶ୍ଚିତ, ନିର୍ମଳ ଓ ନିର୍ଭରଯୋଗ୍ୟ। ସେ ଆହୁରି କହିଲେ ଯେ, ଆଜି ରେୱା ଇତିହାସ ଲେଖିଲା। ରେୱା ମାଆ ନର୍ମଦା ଏବଂ ଧଳାବାଘ ପାଇଁ ସୁପରିଚିତ। ଏବେ ଏହି ପରିଚୟରେ ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ରକଳ୍ପ ମିଶିଲା। ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା ଜଣାଉଛି। ଏହି ଦଶନ୍ଧିରେ ରେୱାର ଏହି ସୌର ପ୍ଲାଣ୍ଟ୍‌ ସମଗ୍ର ଅଞ୍ଚଳକୁ ବିରାଟ ଶକ୍ତି କେନ୍ଦ୍ର କରିବାରେ ସହାୟକ ହେବ।

ଏହି ଭର୍ଚ୍ୟୁଆଲ୍ ଉଦ୍‌ଘାଟନୀ ଉତ୍ସବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ୍, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ଅକ୍ଷୟଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଏବଂ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଗଞ୍ଜାମରେ ଚିନ୍ତା ବଢ଼ାଇଲା କରୋନା: ଗଡ଼ିଲା ଆଉ ୪ ମୁଣ୍ଡ

Fri Jul 10 , 2020
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ […]
ଅଗଷ୍ଟ ଲାଗି କରୋନା କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial