ବଡ଼ରୁପାରେ ରକ୍ତଦାନ ଶିବିର :୨୭ ୟୁନିଟ ରକ୍ତ ସଂଗ୍ରହ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଳଗୋହିରା ପଂଚାୟତର ବଡ଼ରୁପା ମହାଦେବ ଯୁବ ସଂଗଠନ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବଡ଼ରୁପା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ନାଳଗୋହିରା ସରପଂଚ ଆଶୁତୋଷ ଭୋଇ ଓ ସମାଜସେବୀ କାହୁଁ ଚରଣ ପରିଡା ଉଦଘାଟନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅଧିକ ରକ୍ତର ଆବଶ୍ୟକତା ଥିବା ଦୃଷ୍ଟିରୁ ଯୁବ ଗୋଷ୍ଠୀ ଅଧିକ ମାତ୍ରାରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଅତିଥିମାନେ ସମ୍ୟକ ସଂଭାଷଣରେ ଅନୁରୋଧ କରିଥିଲେ। ଭଦ୍ରକ ବ୍ଲଡ଼ ବ୍ୟାଙ୍କ ତରଫରୁ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସନ୍ତୋଷ ପାତ୍ର, ତାରାକାନ୍ତ ନାୟକ, ବିଶ୍ୱରଂଜନ ପାତ୍ର, ବିନୋଦ ସାହୁ,ପ୍ରଭାତ ରାଉତ, ସନ୍ତୋଷ ଧଳ, ମାନସ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ସଫଳତାର ସହ ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

Fri Jul 10 , 2020
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ଆଜି ଦୁର୍ବଳ ହୋଇ ପଡ଼ିଛି। ଅନ୍ୟପକ୍ଷରେ ଉତ୍ତରଦକ୍ଷିଣରେ ସମୁଦ୍ର ପତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଟ୍ରଫ୍‌ ଲାଇନ୍‌ ପୂର୍ବ ଉତ୍ତରପ୍ରଦେଶରୁ ଛତିଶଗଡ଼ ଉପର ଦେଇ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଗତିଶୀଳ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial