୪୫ ପଜିଟିଭ୍‌ଙ୍କୁ ମିଶାଇ ରାଜଧାନୀ ୬ଶହ ପାର୍

୮ ଜିଲ୍ଲାଠାରୁ ବି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର : ରାଜ୍ୟର କରୋନା ସଂକ୍ରମଣ ତାଲିକାର ଶେଷ ୮ଟି ସ୍ଥାନରେ ଯେଉଁ ଜିଲ୍ଲାଗୁଡ଼ିକ ରହିଛନ୍ତି, ସେମାନଙ୍କ ସମୁଦାୟ ରୋଗୀଙ୍କ ସଂଖ୍ୟା ରାଜଧାନୀଠାରୁ କମ୍। ଗତ ୨୪ଘଣ୍ଟାରେ ରାଜଧାନୀରେ ୪୫ଜଣ ପଜିଟିଭ୍‌ଙ୍କୁ ମିଶାଇ ସଂଖ୍ୟା ୬୦୨ରେ ପହଞ୍ଚି ଯାଇଛି। ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ୫୦ ପ୍ରତିଶତ ରାଜଧାନୀରୁ ରହିଛନ୍ତି। ତେଣୁ ଗୋଟିଏ ଗୋଟିଏ ଜିଲ୍ଲାରେ ଯେତିକି ଚିହ୍ନଟ ହେଉନାହାନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ବାହାରୁଛନ୍ତି ରାଜଧାନୀରୁ। ଏଭଳି ପରିସଂଖ୍ୟାନ ରାଜଧାନୀର କରୋନାର ଚିନ୍ତାଜନକ ସ୍ଥିତିକୁ ବୟାନ କରୁଛି। କରୋନା ତାଲିକାର ଶେଷ ୮ଟି ଜିଲ୍ଲା ଭିତରେ ଢେଙ୍କାନାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ଦେବଗଡ଼, ବୌଦ୍ଧ ଓ ସୋନପୁର ରହିଛି। ଏହି ଜିଲ୍ଲାର ସଂଖ୍ୟାକୁ ମିଶାଇଲେ ୫୯୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ମାତ୍ର ରାଜଧାନୀରେ ଏହା ସଂଖ୍ୟା ୬୦୨ରେ ପହଞ୍ଚିଛି। ପ୍ରତିଦିନ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିଏମ୍‌ସି ପକ୍ଷରୁ ସଟ୍‌ଡାଉନ୍‌ଠାରୁ ଆରମ୍ଭ କରି ଘର ଘର ବୁଲି ସ୍କ୍ରିନିଂ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଉଛି। ଏହା ସତ୍ତ୍ବେ କରୋନା ନିୟନ୍ତ୍ରଣକୁ ଆସୁନାହିଁ। ଆଜି ଚିହ୍ନଟ ୪୫ପଜିଟିଭ୍‌ଙ୍କ ମଧ୍ୟରୁ ୩୫ଜଣ ସଙ୍ଗରୋଧ ଓ ୧୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରେ ଥିବା ଏମ୍‌ସର ୧୧ଜଣ କର୍ମଚାରୀ ରହିଛନ୍ତି। ଏହାବାଦ୍ ପୁରୁଣା ଭୁବନେଶ୍ବର, ବରମୁଣ୍ଡା, କଳିଙ୍ଗନଗରରୁ ୨ଜଣ, ପଳାସପଲ୍ଲୀରୁ ୩ଜଣ, ସତ୍ୟବିହାର, ପାତ୍ରପଡ଼ା ଓ ଡୁମୁଡୁମାରୁ ୨ଜଣ, ଘାଟିକଆ, ସହିଦନଗର, ଗଙ୍ଗନଗର, ଶୁକ ବିହାର, ସାମନ୍ତରାପୁର, ଜୟଦେବ ବିହାରରୁ ଜଣେ ଲେଖାଏଁ ଓ ଏବରଙ୍ଗରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବଡ଼ଗଡ଼ ବ୍ରିଟ୍ କଲୋନି, ପଟିଆ, ଶୈଳଶ୍ରୀବିହାର, ସୂର୍ଯ୍ୟନଗରରେ ଦାନ୍ତ ଡାକ୍ତର, ଚନ୍ଦ୍ରଶେଖରପୁର, ବିଜେବି ନଗର, ଜାଟିକିଆ ଘରୋଇ ହସ୍ପିଟାଲର ଡ୍ରାଇଭର ଓ ଜିଜିପି କଲୋନିରୁ ଜଣେ ଲେଖାଏଁ ରହିଛନ୍ତି। ଏହାବାଦ୍ ଶୁକବିହାରରୁ ୨ଜଣ ରହିଛନ୍ତି।

Share Now:

Kalinga News Beuro

Next Post

ଆଉ ପାଦେ ଆଗେଇଲା ‘ଏକାମ୍ର ଯୋଜନା’: ମିଳିଲା ୨୫ ‌କୋଟି

Sat Jul 11 , 2020
ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ଉନ୍ନତୀକରଣ ତଥା ‘ଏକାମ୍ର ଯୋଜନା’ କାର୍ଯ୍ୟ ଆଉ ପାଦେ ଆଗେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ୨୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରେ ରାସ୍ତାଘାଟ ଉନ୍ନତି ସହ ବିଭିନ୍ନ ଉନ୍ନୟନମୂଳକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial