କଟକରୁ ଆଉ ୫୦ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଆଜି ଆଉ ୫୦ କରୋନା ଆକ୍ରାନ୍ତ ଚିହ୍ନଟ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଏସସିବିରେ ୧୩ ସଂକ୍ରମିତ ସୂଚନା। ବଡ଼ମ୍ବାରୁ ୩୩ ଓ ସିଏମସିରୁ ଆଉ ୨ ଆକ୍ରାନ୍ତ ଚିହ୍ନଟ। ନିଶ୍ଚିନ୍ତକୋଇଲି ଓ ଅଡ଼ଶପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବଡ଼ମ୍ବାରୁ ଆଉ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮ଟି ପଞ୍ଚାୟତରୁ ଆଉ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ଅଜମ୍ବର ମହାନ୍ତି। ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହୋମ୍ କ୍ୱାରେଣ୍ଟିନ୍, ୩୧ ଲୋକାଲ୍ କେସ୍ ରହିଛି। ତେବେ ଏକ ପାଥୋ ଲ୍ୟାବ୍ ଓ ସଂକ୍ରମିତ ପୋଲିସଙ୍କ ସଂସ୍ପର୍ଶରେ ଆସି ଏମାନେ ସଂକ୍ରମିତ ହୋଇଛନ୍ତି। ସେହିପରି ଆଜି ସକାଳେ କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ରୁ ୧୩ ସରକାରୀ କ୍ୱାରେଣ୍ଟିନ୍‌, ଜଣେ ପେଡ୍‌ କ୍ୱାରେଣ୍ଟିନ୍‌ ଓ ୨ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ ଏଯାବତ୍‌ ୨୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇଥିବାବେଳେ ୧୯୫ ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟର କୌଣସି ହଟସ୍ପଟ୍‌ ଜିଲ୍ଲାରୁ ଯଦି କିଏ କଟକକୁ ଆସିବେ, ତାହେଲେ କ୍ୱାରେଣ୍ଟିନରେ ରହିବା ବାଧ୍ୟ। ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ଘୋଷଣା କରାଯାଇଛି। ୧୪ ଦିନ କ୍ୱାରେଣ୍ଟିନରେ ରହିବା ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର। କଟକ ଜିଲ୍ଲାର ହଟସ୍ପଟ୍ ବ୍ଲକରୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ। କେବଳ ଜିଲ୍ଲା ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ବି ଏଣିକି ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଯଦି ଏହି ନିୟମର ଖିଲାପ କରନ୍ତି ତାହେଲେ ସୂଚନା ପାଇଲେ ତୁରନ୍ତ ଜଣାଇବାକୁ କହିଛନ୍ତି ସିଏମସି କମିଶନର। ରାଜ୍ୟରେ ଆଉ ୭୫୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୪୭ ରହିଛି।

Share Now:

Kalinga News Beuro

Next Post

ବ୍ୟାନ୍‌ ହୋଇଥିବା ୫୯ ଚାଇନିଜ୍‌ ଆପକୁ ସରକାରଙ୍କ ନୋଟିସ୍

Sat Jul 11 , 2020
ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍‌ ହୋଇଥିବା ୫୯ ଟି ଚାଇନିଜ୍‌ ଆପକୁ ନୋଟିସ୍‌ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ। ନୋଟିସ୍‌ରେ ବ୍ୟାନ୍ ହୋଇଥିବା ଆପ୍‌ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ ଆପ୍‌ଗୁଡ଼ିକୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି ମନ୍ତ୍ରାଳୟ।। ପ୍ରଶ୍ନର ଉତ୍ତର ଦେବା ପାଇଁ ଆପ୍‌ କାମ୍ପାନୀଗୁଡ଼ିକୁ ତିନି ସପ୍ତାହ ସମୟ ଦିଆଯାଇଛି। ମନ୍ତ୍ରାଳୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial