ବଦଳିବେ କି ପିସିସି ସଭାପତି? ରେସ୍‌ରେ ୧୩ ଜଣଙ୍କ ନାଁ !

ଭୁବନେଶ୍ୱର: ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ? ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ନରସିଂହ ମିଶ୍ର, ଶରତ ରାଉତ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀଙ୍କ ନାଁ ସଭାପତି ରେସ ଆଗରେ ରହିଛି। ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ସୁର ପ୍ରତିକ୍ରିୟା ଦେଇଛନ୍ତି। ସେହିପରି ପିସିସି ପରିବର୍ତ୍ତନ ଚର୍ଚ୍ଚା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି ଓ ଅଭିଜ୍ଞତାକୁ ଦେଖି ନେତୃତ୍ୱ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ସ୍ଥିତିକୁ ଦେଖି ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି ବିରୋଧୀ ଦଳର ଭଲ ଭାବେ ମୁକାବିଲା କରିବା ପାଇଁ ଜଣେ ଦକ୍ଷ ନେତାଙ୍କର ଆବଶ୍ୟକତା ଥିବା କହିଛନ୍ତି ଶରତ ରାଉତ।

Share Now:

Kalinga News Beuro

Next Post

ହଜିଗଲେ ଗଲେ ଓଡ଼ିଶାର ଟାଣୁଆ ନେତା ଓ ଅଫିସର : ସୁପ୍ରିମକୋର୍ଟରେ ଆଗେଇ ପାରୁନି ପୋଲାଭରମ ଶୁଣାଣି

Mon Jul 13 , 2020
ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆନ୍ଧ୍ରର ତତ୍ପରତା ନୂଆଦିଲ୍ଲୀ : କରୋନାର କୋଳାହଳରେ ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖି ଜଳସେଚନ ପ୍ରକଳ୍ପର ଶୁଣାଣି ସୁପ୍ରିମକୋର୍ଟରେ ହଜି ଯାଇଛି। ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। କରୋନା କଟକଣା ଯୋଗୁଁ ଅତ୍ୟନ୍ତ ଜରୁରୀ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରୁଥିବାରୁ ପୋଲାଭରମ ମାମଲାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial