ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ସତ୍ୟଜିତ ମହାନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି,ଉମାଶଙ୍କର ଦାଶ ଭୁବନେଶ୍ୱରର ନୂଆ ଡିସିପି

ଭୁବନେଶ୍ୱର: ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। କଟକ ଡିସିପି ଦାୟିତ୍ବରେ ଥିବା ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସପି ବଦଳି କରାଯାଇ ତାଙ୍କ ସ୍ଥାନରେ କନ୍ଧମାଳ ଏସପି ପ୍ରତୀକ ସିଂହଙ୍କୁ କଟକ ଡିସିପି ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଏସପି ଭିଜିଲାନ୍ସ ଭାବେ କାର୍ଯ୍ୟ କରୁଥିବା ସାର୍ଥକ ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚ ଏସପି ହେଲେ। ଅପରପକ୍ଷରେ ଡିସିପି ଟ୍ରାଫିକ ସାଗରିକା ନାଥ ସୁନ୍ଦରଗଡ଼ ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ଥାନରେ ଡିସିପି ଟ୍ରାଫିକ ହେଲେ ସୌମ୍ୟା ମିଶ୍ର। ସେହିପରି ଡେପୁଟେସନରୁ ଫେରିଥିବା ଏମ୍. ଅକ୍ଷୟ ପୁଲିସ ହାଉସିଂ ଓ କଲ୍ୟାଣ ବିଭାଗର ସିଏମ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି। । ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ଲଳିତ ଦାସଙ୍କୁଏଡିଜି କମ୍ୟୁନିକେସନ୍, ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଞ୍ଚ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରବୀଣ କୁମାରଙ୍କୁ ଆଇଜି ପର୍ସନେଲ, ତପନ କୁମାର ପଟ୍ଟନାୟକଙ୍କୁ ଗଜପତି ଏସପି, ଏସ.ସି ଜମାଦାରଙ୍କୁ ଦେବଗଡ଼ ଏସପି, ବିନୀତ ଅଗ୍ରୱାଲାଙ୍କୁ କନ୍ଧମାଳ ଏସପି, ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ଭାବେ ବଦଳି କରାଯାଇଛି। ଠିକ୍ ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ଅଫିସକୁ ବଦଳି କରାଯାଇଥିବା ଜଣାଯାଇଛି। ଆର କେ ଶର୍ମାଙ୍କୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

Share Now:

Kalinga News Beuro

Next Post

କୋଭିଡ ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

Tue Jul 14 , 2020
ରାଜ୍ୟରେ କୋଭିଡ ହସ୍‌ପିଟାଲରେ ଶଯ୍ୟା, ଆମ୍ବୁଲାନ୍‌ସ ଓ ଆଇ.ସି.ୟୁ ଶଯ୍ୟା ବୃଦ୍ଧି କରାଯିବ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ ପରାମର୍ଶ […]
ଆସନ୍ତାକାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial