ଭୁବନେଶ୍ୱର: ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼- ୫୨, କଟକରୁ ୩୯, ଗଜପତିରୁ ୨୯ ଓ ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୂରଭଞ୍ଜରୁ ୨୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୧୫, ମାଲକାନଗିରିରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ବାଲେଶ୍ୱରରୁ ୮, ପୁରୀରୁ ୭, ଝାରସୁଗୁଡ଼ା- ୬, ବଲାଙ୍ଗିରରୁ ୫, ବରଗଡ଼ରୁ ୩, ଢେଙ୍କାନାଳ ଓ ସମ୍ବଲପୁରରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଜି ପୁଣି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ ଛୁଇଁଛି। ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏଯାବତ୍ ପଜିଟିଭ୍ ସଂଖ୍ୟା ୧୪ ହଜାର ୨୨୦କୁ ବୃଦ୍ଧି ହୋଇଛି। ତେବେ କରୋନା ସଂକ୍ରମଣରୁ ୯୨୫୫ ସୁସ୍ଥ ହୋଇଥିବା ବେଳେ ଆଉ ୪୯୨୯ ଆକ୍ଟିଭ କେଶ ରହିଛି।
ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

Share Now: