ରେଳ ଲାଇନ୍‌ ପାର୍‌ ହେଉଥିଲା ବେଳେ ଟ୍ରକ ଉପରେ ମାଡ଼ିଗଲା ଟ୍ରେନ

ଟ୍ରକ ଉପରେ ମାଡ଼ିଗଲା ଟ୍ରେନ

ପାରାଦୀପ: ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।‌ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ଜେଏସଡ଼ବ୍ଳ୍ବ ସାଇଟ୍‌ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍‌ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍‌ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍‌ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା ଜାମ୍ ଥିବାରୁ ଟ୍ରକ୍‌ଟି ଅବାଟରେ ରେଳ ଲାଇନ ପାର୍ ହେଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ବନ୍ଦର ଟ୍ରାଫିକ୍ ବିଭାଗ ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳି ପାରିନାହିଁ।

Share Now:

Kalinga News Beuro

Next Post

ଆବେଦନକୁ ସଂଶୋଧନ କରିବାକୁ ଶୁଣାଣି ସ୍ଥଗିତ ରଖିଲେ ବିଚାରପତି: ଆସନ୍ତାକାଲି ହେବ ଶୁଣାଣି

Thu Jul 16 , 2020
ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୮ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏହି ୧୮ ଜଣ ବିଧାୟକ ସଚିନଙ୍କୁ ସମର୍ଥନ କରୁଥିଲେ। ଆଜି ଅପରାହ୍ନ ୩ଟା ବେଳେ ରାଜସ୍ଥାନ ହାଇକୋର୍ଟରେ ଏହି […]
ଶୁଣାଣି ସ୍ଥଗିତ ରଖିଲେ ବିଚାରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial