ଆବେଦନକୁ ସଂଶୋଧନ କରିବାକୁ ଶୁଣାଣି ସ୍ଥଗିତ ରଖିଲେ ବିଚାରପତି: ଆସନ୍ତାକାଲି ହେବ ଶୁଣାଣି

ଶୁଣାଣି ସ୍ଥଗିତ ରଖିଲେ ବିଚାରପତି

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୮ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏହି ୧୮ ଜଣ ବିଧାୟକ ସଚିନଙ୍କୁ ସମର୍ଥନ କରୁଥିଲେ। ଆଜି ଅପରାହ୍ନ ୩ଟା ବେଳେ ରାଜସ୍ଥାନ ହାଇକୋର୍ଟରେ ଏହି ପିଟିସନ୍‌ର ଶୁଣାଣି ଆରମ୍ଭ ହେବାର କିଛି ସମୟ ପରେ ଏହାକୁ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି। ପାଇଲଟ କ୍ୟାମ୍ପ ଦାଏର କରିଥିବା ନିଜର ଆବେଦନକୁ ସଂଶୋଧନ କରିବାକୁ ସମୟ ମାଗିଥିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି। ଅଯୋଗ୍ୟତା ନୋଟିସକୁ ଚ୍ୟାଲେଞ୍ଜ କରି ସଚିନ ପାଇଲଟଙ୍କ ଓକିଲ ହରିଶ ସାଲଭେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଆଜି ପାଇଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ବେଳେ ଆସନ୍ତାକାଲି ପୁଣି ଏହି ମାମଲାର ଶୁଣାଣି ହେବ। ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ତାଙ୍କୁ ବିଧାନସଭା ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଶାସକ କଂଗ୍ରେସ ଚାହୁଁଥିଲା। କଂଗ୍ରେସ ବିଧାୟକ ପାର୍ଟି ବୈଠକରେ ଯୋଗ ନ ଦେଇଥିବା କାରଣରୁ ବୁଧବାର ଦିନ ବାଚସ୍ପତି ଯୋଶୀ ପାଇଲଟ୍ ଏବଂ ଅନ୍ୟ ୧୮ଜଣ କଂଗ୍ରେସ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ। ରାଜସ୍ଥାନ କଂଗ୍ରେସ ୟୁନିଟ୍‌ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବା ବେଳେ ବିଜେପିରେ ଯୋଗ ଦେବେ ନାହିଁ ପାଇଲଟ୍ ସ୍ପଷ୍ଟ କରିଥିଲେ ମଧ୍ୟ କଂଗ୍ରେସ ଅଭିଯୋଗ କରୁଛି କି, ବିଜେପି ସହ ମିଶି ସେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ମଙ୍ଗଳବାର ଦିନ କଂଗ୍ରେସ ପାଇଲଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦର ବହିଷ୍କାର କରିଥିଲା। ତାଙ୍କର ଦୁଇ ଜଣ ଅନୁଗତ ମନ୍ତ୍ରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିଲେ।

Share Now:

Kalinga News Beuro

Next Post

୪ ଜିଲ୍ଲା ଓ ଗୋଟିଏ ମହାନଗରରେ ୧୪ ଦିନିଆ ଲକ୍‌ଡାଉନ : ସରକାର ନେଲେ ବଡ ପଦକ୍ଷେପ

Fri Jul 17 , 2020
ନିୟମ କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି ସରକାର। ଆଜି ରାତି […]
୪ ଜିଲ୍ଲା ଓ ଗୋଟିଏ ମହାନଗରରେ ୧୪ ଦିନିଆ ଲକ୍‌ଡାଉନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial