ଓଡ଼ିଶାରେ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୬ ହଜାର ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!

ଭୁବନେଶ୍ବର: ଆଜି ରାଜ୍ୟରେ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୭୧୮ ଜଣଙ୍କ ମଧ୍ୟରୁ ୪୭୯ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୪ଟି ଜିଲ୍ଲାରୁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୭୧୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୯ ଜଣ, ବାଲେଶ୍ବରରୁ ୯ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ୨୧ ଜଣ, ଗଞ୍ଜାମରୁ ୨୩୧ ଜଣ, ଜଗତ୍‌ସିଂହପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୨୮ ଜଣ, ଖୋର୍ଦ୍ଧାରୁ ୧୫୦ ଜଣ, କୋରାପୁଟରୁ ୨୭ ଜଣ, ମାଲକାନଗିରିରୁ ୫୪ ଜଣ, ମୟୂରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରରୁ ଜଣେ, ନୟାଗଡ଼ରୁ ୧୩ ଜଣ, ପୁରୀରୁ ୯ ଜଣ, ରାୟଗଡ଼ାରୁ ୧୯ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୫ ଜଣ ଓ ସୁନ୍ଦରଗଡ଼ରୁ ୧୦ ଜଣ ଥିବା ଜଣାପଡ଼ିଛି। ନୂଆ ୭୧୮ ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଛି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ। ରାଜ୍ୟରେ ସକ୍ରିୟ କରୋନା ‌ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ଥିବାବେଳେ ମୃତକଙ୍କ ସଂଖ୍ୟ ୮୩ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ପାକିସ୍ତାନ ତାଲିବାନ ମୁଖ୍ୟ ନୂର୍ ମେହ୍‌ସୁଦ୍‌ଙ୍କୁ ବିଶ୍ୱ ଆତଙ୍କବାଦୀ ନାମିତ କଲା ଜାତିସଂଘ

Fri Jul 17 , 2020
ୱାସିଂଟନ୍: ପାକିସ୍ତାନସ୍ଥିତ ଆତଙ୍କବାଦ ସଂଗଠନ ତେହରିକ୍-ଏ-ତାଲିବାନ୍‌ ପାକିସ୍ତାନର ମୁଖ୍ୟ ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦ୍‌ଙ୍କୁ ଗୁରୁବାର ଦିନ ଜାତିସଂଘ ବୈଶ୍ବିକ ଆତଙ୍କବାଦୀ ନାମିତ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ପରିଷଦ ୧୨୬୭ ଅଲ୍‌-କାଇଦା କଟକଣା କମିଟି ମେହ୍‌ସୁଦ୍‌ଙ୍କୁ ତା’ର ‘ଆଇଏସ୍ଆଇଏଲ୍‌’ (ଡାଏସ୍) ଏବଂ ‘ଅଲ୍-କାଇଦା ସାଙ୍କ୍‌ସନ୍‌ ଲିଷ୍ଟ୍‌ରେ ସାମିଲ କରିଛି। ଅଲ୍‌-କାଏଦା ସହ ସମ୍ପୃକ୍ତ ସଂଗଠନଗୁଡ଼ି ନାମରେ ହେଉ, କିଂବା ସେମାନଙ୍କ ପକ୍ଷରୁ ହେଉ କି, ସେମାନଙ୍କୁ ସମର୍ଥନ କରି […]
ନୂର୍ ମେହ୍‌ସୁଦ୍‌ଙ୍କୁ ବିଶ୍ୱ ଆତଙ୍କବାଦୀ ନାମିତ କଲା ଜାତିସଂଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial