ଧରାପଡିଲା ଦୂତୀଙ୍କ ମିଛ ନାଟକ

୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା

୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା: କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ

ଭୁବନେଶ୍ୱର: ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ନାନା ପ୍ରତିକ୍ରିୟା ଦେଖା ଦେଇଥିଲା। ଏହାପରେ ଆଜି ଆଥଲେଟ ଦୂତି ଚାନ୍ଦଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତାର ବିବରଣୀ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଆର୍ଥିକ ବିବରଣୀ ଦେଇଛି। ୨୦୧୫ରୁ ଏଯାବତ ୪ କୋଟି ୯ ଲକ୍ଷ ଟଙ୍କା ଦିଆଯାଇଥିବା ବିଭାଗ କହିଛି। ୨୦୧୮ ଏସିଆନ୍ ଗେମ୍ସରେ ମେଡାଲ ଜିତିବା ପରେ ୩ କୋଟି ଟଙ୍କା ଦିଆଯାଇଥିବା ବିଭାଗ ହିସାବ ଦେଇଛି। ସେହିଭଳି ୨୦୧୫ରୁ ୧୯ ମଧ୍ୟରେ ତାଲିମ ପାଇଁ ୩୦ ଲକ୍ଷର ସହାୟତା, ଟୋକିଓ ଅଲିମ୍ପିକ ତାଲିମ ପାଇଁ ୨ଟି ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ଦେଇଛି। ତା ସହିତ ତାଲିମ ଓ ଆର୍ଥିକ ସହାୟତା ପାଇଁ ନିଯୁକ୍ତିଦାତା ଓଡିଶା ମାଇନିଂ କର୍ପୋରେସନ(ଓଏମସି) ଦୂତୀଙ୍କୁ ୨୯ ଲକ୍ଷ ଟଙ୍କା ଦେଇଛି ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥ୍ୟ ଦେଇଛି। ସେହିଭଳି ମାସିକ ଦରମା ବାବଦରେ ଦୂତିଙ୍କୁ ଓଏମସି ୮୪, ୬୦୪ ଟଙ୍କା ଦେଉଛି ବୋଲି ବିଭାଗ କହିଛି।

Share Now:

Kalinga News Beuro

Next Post

ଦେଶରେ ଅଣାୟତ୍ତ କରୋନା ସ୍ଥିତି: ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Fri Jul 17 , 2020
ନୂଆଦିଲ୍ଲୀ : ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ସେହିପରି ମୃତକଙ୍କ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସର୍ବାଧିକ ୩୪ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ […]
ଦେଶରେ ଅଣାୟତ୍ତ କରୋନା ସ୍ଥିତି ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial