ଦେଶରେ ଅଣାୟତ୍ତ କରୋନା ସ୍ଥିତି: ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଅଣାୟତ୍ତ କରୋନା ସ୍ଥିତି ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ସେହିପରି ମୃତକଙ୍କ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସର୍ବାଧିକ ୩୪ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୬୮୭ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୩ ଲକ୍ଷ ୪୨ ହଜାର ୪୭୩ ଥିବା ବେଳେ ସୁସ୍ଥ ହେଲେଣି ୬ ଲକ୍ଷ ୩୫ ହଜାର ୭୫୭। ମହାରାଷ୍ଟ୍ରରେ ୨ ଲକ୍ଷ ୮୪ ହଜାର ୨୮୧ ଆକ୍ରାନ୍ତ ହୋଇଥିବା ବେଳେ ୧୧ ହଜାର ୧୯୪ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଦିଲ୍ଲୀରେ ୩ ହଜାର ୫୪୫, ଗୁଜରାଟରେ ୨ ହଜାର ୮୯, ତାମିଲନାଡୁରେ ୨ହଜାର ୨୩୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ରେକର୍ଡ : ଦିନକରେ ୧୨୪ କରୋନା ଆକ୍ରାନ୍ତ

Sat Jul 18 , 2020
ଗଣମାଧ୍ୟମ ସଂସ୍ଥାର ୫ ଆକ୍ରାନ୍ତ, ଆଜି ୧୬ ବସ୍ତିରୁ ଲୋକାଲ କେସ୍‌ ଭୁବନେଶ୍ୱର : ରାଜଧାନୀରେ ଆଜି କରୋନା ନୂଆ ରେକର୍ଡ କରିଛି। ଗୋଟିଏ ଦିନରେ ଶହେରୁ ଅଧିକ ରୋଗୀ ଚିହ୍ନଟ ହେବା ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍ କରିଛି। ଖୋର୍ଧା ଜିଲ୍ଲାରୁ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି, ତାହାର ୫୯ ପ୍ରତିଶତ ରୋଗୀ କେବଳ ରାଜଧାନୀରୁ ହିଁ ରହିଛନ୍ତି। ରାଜଧାନୀର ଥିବା ବିଭିନ୍ନ […]
ଗଣମାଧ୍ୟମ ସଂସ୍ଥାର ୫ ଆକ୍ରାନ୍ତ, ଆଜି ୧୬ ବସ୍ତିରୁ ଲୋକାଲ କେସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial